କନକ ବ୍ୟୁରୋ: ସମ୍ବଲପୁରରେ ବଡ଼ ଧରଣରର ଡକାୟତି । ମଣପୁରମ ଗୋଲଡ଼ ଲୋନ୍ ଶାଖା କାର୍ଯ୍ୟାଳୟରେ ପଶି ଲୁଟ୍ କରିଛନ୍ତି ଦୁର୍ବୃତ୍ତ ହାତରେ ବନ୍ଧୁକ ଓ ମାରାଣାସ୍ତ୍ର ଧରି ଶସସ୍ତ୍ର ଡକାୟତି । କାର୍ଯ୍ୟାଳୟ ଖୋଲିବା ସମୟରେ ୧୦ ଜଣ ଲୁଟେରା ପଶି କର୍ମଚାରୀଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ କଳାକନା ବୁଲାଇଥିବା ଅଭିଯୋଗ ହୋଇଛି ।
ପାଖାପାଖି ୩୦ କେଜି ସୁନା ଲୁଟି ନେଇଥିବା ଅଭିଯୋଗ । ସୁନା ଲୁଟ କରି ଲୁଟେରା ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସହରର ବିଭିନ୍ନ ସ୍ଥାନରେ ନକାବନ୍ଦି କରି ପୋଲିସ ଛାନଭିନ ଚଳାଇଛି ।