କନକବ୍ୟୁରୋ : ରାତିରେ ଘରେ ପଶି ଅଙ୍ଗନୱାଡ଼ି କର୍ମୀଙ୍କୁ ଆକ୍ରମଣ। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ ଏହି ଖବର ଆସିଛି ।  ସିମୁଳିଆରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଉଥିବା ବେଳେ ଘରେ ପଶି ଅଙ୍ଗନବାଡି କର୍ମୀଙ୍କୁ ହାଣିଦେଲେ ଦୁର୍ବୁତ୍ତ । ବରି ପଂଚାୟତର ବରି ହରିହାଟ ଅଙ୍ଗନବାଡି କେନ୍ଦ୍ରର କର୍ମୀ ସୁକାନ୍ତି ସାହୁଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଏଥିରେ ସୁକାନ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ମାର୍କୋଣା ଓ ପରେ ଚିକିତ୍ସା ନିମନ୍ତେ ଭଦ୍ରକ ନିଆଯାଇଛି ।
--

Advertisment