କନକ ବ୍ୟୁରୋ : ଆଗାମୀ ଖରିଫ ଋତୁ ପାଇଁ ରୋଡ଼ମ୍ୟାପ୍ ପ୍ରସ୍ତୁତ । ଚାଷୀଙ୍କ ସୁବିଧାକୁ ପ୍ରାଥମିକତା । ଆନ୍ତଃବିଭାଗୀୟ ସମନ୍ଵୟରେ ସ୍ଥାୟୀ ମଡେଲ ମଣ୍ଡି ଏବେଠାରୁ ନିର୍ମାଣ ପାଇଁ ନିର୍ଦ୍ଦେଶ । ପୂର୍ବବର୍ଷ ଅପେକ୍ଷା ୨୯ ପ୍ରତିଶତ ଅଧିକ ଚାଷୀଙ୍କ ପଞ୍ଜିକରଣ । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଖରିଫ ୨୦୨୫-୨୬ ଋତୁରେ ଫସଲ କ୍ରୟ ନିମନ୍ତେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ବୈଠକରେ ଚାଷୀଙ୍କ ସୁବିଧାକୁ ପ୍ରାଥମିକତା ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଏବେଠାରୁ ଆନ୍ତଃବିଭାଗୀୟ ସମନ୍ଵୟରେ ସ୍ଥାୟୀ ମଡେଲ ମଣ୍ଡି ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ନଭେମ୍ବର ମାସ ଶେଷ ଆଡ଼କୁ ଖରିଫ ଫସଲର ପ୍ରୋକ୍ୟୁରମେଣ୍ଟ କରିବାକୁ ସରକାର ଯୋଜନା କରିଛନ୍ତି । ତଦନୁଯାୟୀ, ରୋଡ଼ମ୍ୟାପ୍ ପ୍ରସ୍ତୁତି ଚାଲିଛି । ସରକାରଙ୍କ ଦ୍ୱାରା ୮୦୦ ଟଙ୍କା ଅତିରିକ୍ତ ଇନପୁଟ ସହାୟତା ଭାବେ ମିଳିବା କାରଣରୁ ବହୁ ଅଣଧାନ ଚାଷୀ ମଧ୍ୟ ଧାନ ଫସଲ ପାଇଁ ଆଗ୍ରହ ପ୍ରକାଶ କରି ଚଳିତବର୍ଷ ଧାନଚାଷ କରିଛନ୍ତି । ତେଣୁ ପୂର୍ବବର୍ଷ ତୁଳନାରେ ନୂଆ ଚାଷୀଙ୍କ ପଞ୍ଜିକରଣରେ ୨୯ ପ୍ରତିଶତ ବୃଦ୍ଧି ଘଟିଛି । ଏହାବ୍ୟତୀତ ଧାନ କ୍ରୟ ପରବର୍ତ୍ତୀ ପରିଚାଳନା ପାଇଁ ଅଧିକ ସଂଖ୍ୟକ ଗୋଦାମ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଆଗାମୀ ଖରିଫ ଋତୁ ପାଇଁ ରୋଡ଼ମ୍ୟାପ୍ ପ୍ରସ୍ତୁତ : ଚାଷୀଙ୍କ ସୁବିଧାକୁ ପ୍ରାଥମିକତା
ଆନ୍ତଃବିଭାଗୀୟ ସମନ୍ଵୟରେ ସ୍ଥାୟୀ ମଡେଲ ମଣ୍ଡି ଏବେଠାରୁ ନିର୍ମାଣ ପାଇଁ ନିର୍ଦ୍ଦେଶ । ପୂର୍ବବର୍ଷ ଅପେକ୍ଷା ୨୯ ପ୍ରତିଶତ ଅଧିକ ଚାଷୀଙ୍କ ପଞ୍ଜିକରଣ ।
/kanak/media/media_files/2025/09/09/roadmap-2025-09-09-08-49-06.jpg)