କନକ ବ୍ୟୁରୋ: ଗୁଜରାଟ ବରୋଦାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ପେନ ପ୍ରଧାମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ରୋଡ ସୋ । ଦୁଇ ରାଷ୍ଟ୍ରନେତାଙ୍କୁ ସ୍ୱାଗତ ପାଇଁ ସଜେଇ ହୋଇଛି ବଦୋଦରା ସହର । ରାସ୍ତାର ଦୁଇପଟେ ଦୁଇ ରାଷ୍ଟ୍ରନେତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି । ମୋଦୀଙ୍କ ଗସ୍ତକୁ ଆଖିରେ ରଖି ବଦୋଦରାରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଗସ୍ତ ଅବସରରେ ଦେଶର ପ୍ରଥମ ମିଲିଟାରି ଏୟାରକ୍ରାଫ୍ଟ କାରଖାନା, ଟାଟା ଏୟାରକ୍ରାଫ୍ଟ କଂପ୍ଲେକ୍ସର ଉଦଘାଟନ କରିଛନ୍ତି ମୋଦୀ । ଏଥିରେ ସ୍ପେନ ଓ ଭାରତ ମିଳିତ ଭାବେ ମିଲିଟାରି ଏୟାରକ୍ରାଫ୍ଟ ସି- ୨୯୫ର ନିର୍ମାଣ କରିବେ ।
ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ । ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ। ଏହି ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ସ୍ପେନର ଏୟାରବସ୍ ସହଯୋଗରେ ସି-୨୯୫ ଯୁଦ୍ଧ ବିମାନ ନିର୍ମାଣ କରାଯିବ । ଚଳିତ ବର୍ଷରୁ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟ ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ୨୦୩୧ମଧ୍ୟରେ ୪୦ଟି ସି-୨୯୫ ଯୁଦ୍ଧ ବିମାନ ନିର୍ମାଣ କରାଯିବ । ତେବେ ଏହି ଯୁଦ୍ଧ ବିମାନ ନିର୍ମାଣ କରିବାର ଉଦ୍ଦେଶ୍ୟ କଣ, କଣ ରହିଛି ଏହାର ବିଶେଷତା ଦେଖିବା ।
ଏୟାରବସ୍ ସି-୨୯୫ କ’ଣ ରହିବ ସୁବିଧା?
ଏୟାରବସ୍ ସି-୨୯୫ ହେଉଛି ଏକ ମଧ୍ୟମ ଟେକ୍ନିକାଲ୍ ପରିବହନ ବିମାନ
କାର୍ଗୋଠାରୁ ସୈନିକ ପର୍ଯ୍ୟନ୍ତ ସବୁ ପରିବହନ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ
ପରିବହନ, ପାରାଚ୍ୟୁଟ୍ ଡ୍ରପିଂ, ଇଲେକ୍ଟ୍ରୋନିକ୍ ସିଗ୍ନାଲ୍ ଇଣ୍ଟେଲିଜେନ୍ସ ସୁବିଧା ରହିଛି
ବଡ଼ ବଡ଼ ମିଶନ ପାଇଁ ଏହି ଯୁଦ୍ଧବିମାନର ଡିଜାଇନ୍ କରାଯାଇଛି
ଏହି ବିମାନରେ ୯ ଟନ୍ ଲଗେଜ୍ ସହ ୭୧ ଜଣ ସୈନିକ ଯାଇପାରିବେ
ଏଥିରେ ସି-୨୯୫ ଯୁଦ୍ଧ ବିମାନରେ ଦୁଇଟି ଟର୍ବୋପ୍ରପ୍ ଇଞ୍ଜିନ ରହିବ
୩୦ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୪୮୨ କିଲୋମିଟର କ୍ରୁଜ୍ ବେଗରେ ଉଡ଼ି ପାରିବ
ଏଥିସହ ପ୍ରତିକୂଳ ପାଣିପାଗରେ ମଧ୍ୟ ଉଡ଼ିପାରିବ ଉ-୨୯୫
ଏହା ମାଧ୍ୟମରେ ଏୟାର-ଟୁ-ଏୟାର ଫ୍ୟୁଏଲ ରିଫିଲିଂ କରାଯାଇପାରିବ
ଏୟାରବସ୍ ସି-୨୯୫ ପୂର୍ବରୁ ସିଏଏସଏ ସି-୨୯୫ ଭାବରେ ଜଣାଶୁଣା ଥିଲା
ଏହି ଯୁଦ୍ଧ ବିମାନ ୯୦ ଦଶକରେ ବିକଶିତ ହୋଇଥିଲା
ନଭେମ୍ବର ୧୯୯୭ରେ ପ୍ରଥମ ଉଡ଼ାଣ ଭରିଥିଲା ସି-୨୯୫
୧୯୯୯ରେ ସ୍ପେନର ବାୟୁସେନା ପ୍ରଥମ କରି ସି-୨୯୫ ଯୁଦ୍ଧ ବିମାନ କିଣିଥିଲା
ଏହାପରେ ଇଜିପ୍ଟ, ପୋଲାଣ୍ଡ ଏବଂ ଭାରତ ଆଦି ଦେଶ ଏହି ଯୁଦ୍ଧବିମାନ କିଣିଥିଲେ
ବର୍ତ୍ତମାନ ଭାରତ ଏହି ଯୁଦ୍ଧ ବିମାନ ନିର୍ମାଣ କରିବ।
ଚଳିତ ବର୍ଷରୁ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ
ପ୍ରଥମ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟ ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି
୨୦୩୧ ମଧ୍ୟରେ ୪୦ଟି ସି-୨୯୫ ଯୁଦ୍ଧ ବିମାନ ନିର୍ମାଣ କରିବ ଭାରତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/28/JdXPMxGY9yDRCPAwjyB0.jpg)