ରାସ୍ତାର ଶୋଚନୀୟ ଅବସ୍ଥା ; ଚାଲିକି ଯିବା ବି ବିପଦ

ନିର୍ମାଣର ବର୍ଷ କେଇଟା ପରେ ଶୋଚନୀୟ କୋଟିକୋଟିର ନିର୍ମାଣ  । ଚାରି ଚକିଆ ଯିବା ତ’ ଦୂରର କଥା ଚାଲିକି ଯିବା ମୁସ୍କିଲ୍ ।  ହାଟଡ଼ିହିରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ମରାମତି ହେଉନଥିବା ଅଭିଯୋଗ ।

27

କନକ ବ୍ୟୁରୋ: କନକ ବ୍ୟୁରୋ: କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ରାସ୍ତା । କିନ୍ତୁ ନିର୍ମାଣର ବର୍ଷ କେଇଟା ଭିତରେ ପାଲଟିଯାଇଛି  ମରଣଯନ୍ତା । ଗାଡ଼ି ମଟର ଚଳାଚଳ କରିବା ତ ଦୂରର କଥା ପାଦରେ ଚାଲିକି ଯିବାକୁ ବି ସୁରକ୍ଷିତ ମଣୁନାହାନ୍ତି ଲୋକ। ରାଜ୍ୟର ଅଧିକାଂଶ ଗ୍ରାମାଞ୍ଚଳରେ ରାସ୍ତା ସମସ୍ୟା ପ୍ରାୟ ସମାନ। କେନ୍ଦୁଝର ହାଟଡିହି ବ୍ଲକ୍ରୁ ଆସିଥିବା ଏ ଖବର ମାତ୍ର ଗୋଟିଏ ଉଦାହରଣ।

ରାସ୍ତାର ଅବସ୍ଥା ଦେଖିଲେ ଦୁଃଖ ଲାଗିବ । ଯେଉଁଠି ଦେଖିବ ଖାଲି ଖାଲ ଆଉ କାଦୁଅ । ବର୍ଷା ହେଲେ ଏ ରାସ୍ତାରେ ଯିବା ମାନେ ବିପଦକୁ ନିମନ୍ତ୍ରଣ କରିବା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଚାରି ଚକିଆ ତ’ ଦୂରର କଥା, ଚାଲିକି ଯିବା ବି ଅସମ୍ଭବ । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ମରୈଗାଁ- ବଳିପୁର ରାସ୍ତା ଏବେ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି ।  

 ଜଳସମ୍ପଦ ବିଭାଗ ପକ୍ଷରୁ ୨୦୧୬ରେ ୧୬ କୋଟିର ରାସ୍ତା ତିଆରି ହୋଇଥିଲା । ବର୍ଷ କେଇଟାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ ରାସ୍ତାର ମରାମତି ହେଉନାହିଁ । ତେଣୁ ରାସ୍ତାକୁ ଜଳସମ୍ପଦ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ବାରମ୍ବାର ଦାବି ହେଉଛି । ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ ଏ ପ୍ରସଙ୍ଗ ଜିଲ୍ଲା ପରିଷଦ ବୈଠକ ଓ ବିଧାନସଭାରେ ଉଠାଇଛନ୍ତି, ହେଲେ ଫଳ ଶୂନ୍‌। ଏହି ରାସ୍ତା ଉପରେ ହାଟଡିହି ବ୍ଲକର ୭ଟି ପଞ୍ଚାୟତ ସହ ଭଦ୍ରକ ଓ ଯାଜପୁର ଜିଲ୍ଲାର ଲୋକ ନିର୍ଭର କରନ୍ତି। ତେଣୁ ରାସ୍ତାଟିର ତୁରନ୍ତ ମରାମତି ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe