ପୁଣି ଜନନୀ ଯନ୍ତ୍ରଣା ; ଷ୍ଟ୍ରେଚରରେ ୨ କିଲୋମିଟର ବୁହାହୋଇ ଗଲେ ଗର୍ଭବତୀ

ସ୍ୱାଭିମାନ ଅଞ୍ଚଳରେ ପୁଣିଥରେ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ଖରାପ ରାସ୍ତା ଯୋଗୁଁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ୨ କିଲୋମିଟର ବୁହା ହେବା ପରେ ଚିତ୍ରକୋଣ୍ଡା ହସ୍ପିଟାଲରେ ଭର୍ତ୍ତି ହେଲେ ଗର୍ଭବତୀ ।

17strecher

କନକ ବ୍ୟୁରୋ: ଭଲରାସ୍ତା ନଥବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଫଳରେ ପୁଣିଥରେ ଷ୍ଟେଚରରେ ବୁହାହେଲେ ଗର୍ଭବତୀ । ଏଭଳି ଏକ ଚିତ୍ର ଆସିଛି ସ୍ୱାଭିମାନ ଅଞ୍ଚଳରୁ । 

ବଡପଦର ପଞ୍ଚାୟତ ସ୍ଥିତ ସମରରାଙ୍ଗନୀ ଗ୍ରାମର ଶାନ୍ତମା ଖରାଙ୍କୁ ଗର୍ଭଯନ୍ତ୍ରଣା ହୋଇଥିଲା । ସ୍ୱାମୀ ଆଦୁ ଖରା ୧୦୮ ଆମ୍ବୁଲାନ୍ସକୁ ଯୋଗଯୋଗ କରିଥିଲେ । ହେଲେ ଗ୍ରାମକୁ ଯିବାକୁ ଭଲ ରାସ୍ତା ନଥିବା ଯୋଗୁଁ ଗ୍ରାମରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଗର୍ଭବତୀଙ୍କୁ ତାଙ୍କ ସ୍ୱାମୀ ଓ  ଆମ୍ବୁଲାନ୍ସ ଡ୍ରାଇଭର ମୁନା ହରିଜନ ଓ କିଛି ସମର୍କୀୟ ମାନେ  ମିଶି ଷ୍ଟ୍ରେଚରରେ ଦୁଇ କିଲୋମିଟର ୧୦୮ ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ପରେ ଗର୍ଭବତୀଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲକୁ ନିଆଯାଇଥିଲା। ଗର୍ଭବତୀ ଜଣକ ଏକ  ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe