କନକ ବ୍ୟୁରୋ: ଭଲରାସ୍ତା ନଥବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଫଳରେ ପୁଣିଥରେ ଷ୍ଟେଚରରେ ବୁହାହେଲେ ଗର୍ଭବତୀ । ଏଭଳି ଏକ ଚିତ୍ର ଆସିଛି ସ୍ୱାଭିମାନ ଅଞ୍ଚଳରୁ । 

ବଡପଦର ପଞ୍ଚାୟତ ସ୍ଥିତ ସମରରାଙ୍ଗନୀ ଗ୍ରାମର ଶାନ୍ତମା ଖରାଙ୍କୁ ଗର୍ଭଯନ୍ତ୍ରଣା ହୋଇଥିଲା । ସ୍ୱାମୀ ଆଦୁ ଖରା ୧୦୮ ଆମ୍ବୁଲାନ୍ସକୁ ଯୋଗଯୋଗ କରିଥିଲେ । ହେଲେ ଗ୍ରାମକୁ ଯିବାକୁ ଭଲ ରାସ୍ତା ନଥିବା ଯୋଗୁଁ ଗ୍ରାମରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଗର୍ଭବତୀଙ୍କୁ ତାଙ୍କ ସ୍ୱାମୀ ଓ  ଆମ୍ବୁଲାନ୍ସ ଡ୍ରାଇଭର ମୁନା ହରିଜନ ଓ କିଛି ସମର୍କୀୟ ମାନେ  ମିଶି ଷ୍ଟ୍ରେଚରରେ ଦୁଇ କିଲୋମିଟର ୧୦୮ ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ପରେ ଗର୍ଭବତୀଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲକୁ ନିଆଯାଇଥିଲା। ଗର୍ଭବତୀ ଜଣକ ଏକ  ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ଜଣାପଡିଛି।

Advertisment