କନକ ବ୍ୟୁରୋ:  ରାଜଧାନୀରେ ଆଜିଠୁ ଆରମ୍ଭ ହେବ ରୋଡ୍‌ କଂଗ୍ରେସର ମହାକୁମ୍ଭ । ଦୀର୍ଘବର୍ଷ ପରେ ଓଡ଼ିଶା ୮୪ତମ ଜାତୀୟ ରୋଡ କଂଗ୍ରେସର ଆୟୋଜକ ସାଜିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଅଧିକାରୀ, ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡ଼କ ଭିତ୍ତିଭୂମି ନେଇ ମାନସମନ୍ଥନ କରିବେ। ସାଢେ ୩ ହଜାରରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

Advertisment

ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀରେ ହେବ ପରେଡ୍ : ଘୋଷଣା କଲେ ଅମିତ ଶାହ

ନଭେମ୍ବର ୬ରୁ ୧୦ ତାରିଖ ଯାଏଁ ସଡ଼କ ପରିବହନ ସଂକ୍ରାନ୍ତରେ ପର୍ଯ୍ୟାୟକ୍ରମେ ଆଲୋଚନା ହେବ । ୫ ଦିନ ଧରି ରୋଡ କଂଗ୍ରେସ ମହାକୁମ୍ଭରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଆଜି ବୈଷୟିକ ପ୍ରଦର୍ଶନୀ, ୭ରେ ରୋଡ୍‌ କଂଗ୍ରେସର ପରିଷଦ ବୈଠକ, ୮ରେ ରାଜପଥ ଗବେଷଣା ବୋର୍ଡ ବୈଠକ,୯ରେ ବ୍ୟାବସାୟିକ ବୈଠକ, ୧୦ ତାରିଖରେ ଉଦ୍‌ଯାପନୀ ଉତ୍ସବ । ପ୍ରତିନିଧିଙ୍କ ସହ ସ୍ବତନ୍ତ୍ର ଅଧିବେଶନ ଜରିଆରେ ରୋଡ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ଅଙ୍କାଯିବ । ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ତର୍ଜମା । ସଡକ ସଂପର୍କିତ ସମସ୍ୟା ଓ ଏହାର ସମାଧାନ ଦିଗରେ ନୀତି ଓ ନକ୍ସା ପ୍ରସ୍ତୁତ ହେବ ।