ପାଣି ପାଇଁ ରାସ୍ତାରୋକ୍ ; ରାସ୍ତାକୁ ଓହ୍ଲାଇଲେ ଶହ ଶହ ମହିଳା

Advertisment

ପାଣି ପାଇଁ ଜାତୀୟ ରାଜପଥକୁ ଓହ୍ଳାଇଲେ ଶତାଧିକ ମହିଳା  । ଗଞ୍ଜାମ କେଶପୁରରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ହାଣ୍ଡି ରଖି ଅବରୋଧ କଲେ ସ୍ଥାନୀୟ ମହିଳା । ଦୁଇ ମାସ ହେଲା ମିଳୁନି ପିଇବା ପାଣି ।

ପାଣି ପାଇଁ ଜାତୀୟ ରାଜପଥକୁ ଓହ୍ଳାଇଲେ ଶତାଧିକ ମହିଳା  । ଗଞ୍ଜାମ କେଶପୁରରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ହାଣ୍ଡି ରଖି ଅବରୋଧ କଲେ ସ୍ଥାନୀୟ ମହିଳା । ଦୁଇ ମାସ ହେଲା ମିଳୁନି ପିଇବା ପାଣି ।

10

କନକ ବ୍ୟୁରୋ: ପାଣି ପାଇଁ ଜାତୀୟ ରାଜପଥକୁ ଓହ୍ଳାଇଲେ ଶତାଧିକ ମହିଳା । ଗଞ୍ଜାମ କେଶପୁରରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ହାଣ୍ଡି ରଖି ଅବରୋଧ କରିଛନ୍ତି ସ୍ଥାନୀୟ ମହିଳା । ଦୁଇ ମାସ ହେଲା ପିଇବା ପାଣି ମିଳୁନଥିବାରୁ ରାସ୍ତାକୁ ଓହ୍ଳାଇଛନ୍ତି ମହିଳା । ଖଲ୍ଲିକୋଟ ଥାନା ଅର୍ନ୍ତଗତ କେଶପୁର ପଞ୍ଚାୟତରେ ଥିବା ଓଡିଆରପି କଲୋନିରେ ରହୁଥିବା ୪୦୦ ରୁ ଅଧିକ ପରିବାର ଆଜିକୁ ୨ ମାସ ହେଲା ପିଇବା ପାଣି ନପାଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏଠାରେ ପାଣି ପାଇପ୍ ସଂଯୋଗୀକରଣ ହୋଇଛି କିନ୍ତୁ ପାଣି ନଆସିବା ଯୋଗୁଁ ଅସୋନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଆଜି ଏହି କୋଲାନିର ଉତ୍ତ୍ୟକ୍ତ  ମହିଳା ହଣ୍ଡାହାଣ୍ଡି ରାସ୍ତା ଉପରେ ରଖି ୧୬ ନମ୍ୱର୍ ଜାତୀୟ ରାଜପଥକୁ  ଅବରୋଧ କରିଥିବା ଦେଖିବାକୁ ମିଳିଥିଲା । ଫଳରେ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଘଣ୍ଟାଏରୁ ଅଧିକ ସମୟ ଅଟକି ରହିଥିଲା   । ସ୍ଥାନୀୟ ପୁଲିସ ପ୍ରଶାସନର ହସ୍ତକ୍ଷେପ ପରେ ଧାରଣାରୁ ହଟିଥିଲେ ମହିଳା । 

ଗୋଟିଏ ନଳକୂପ ଉପରେ ୪୦୦ ସହ ପରିବାର ନିର୍ଭର କରୁଥିବାବେଳେ ସେଇ ଟ୍ୟୁବୱେଲ  ଦୂଷିତ ପାଣି ପିଇ  ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ନଜିର ରହିଛି । ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe