କନକ ବ୍ୟୁରୋ:  କୋରାପୁଟ ଜିଲ୍ଲା ସୁନାବେଡ଼ା ଟ୍ରାଫିକ ଛକର ଟିଟିଏସ ନିକଟରେ ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି ।  ଗୋଟିଏ କାରରେ ଥିବା ତିନି ସାଙ୍ଗ ଆଶୁତୋଷ ରଣା,  ଦିବ୍ୟ ରଞ୍ଜନ ପାତ୍ର ଓ ବିକାଶ ପାତ୍ରଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ଘର ସୁନାବେଡ଼ା ଡିପି କ୍ୟାମ୍ପରେ।  ଅନ୍ୟ କାର୍ ଡ୍ରାଇଭର ପ୍ରମୋଦ ସ୍ବାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ସାଙ୍ଗଙ୍କ ସହିତ ଥିବା କୈଳାସ ଆହତ ହୋଇଛନ୍ତି। 

Advertisment

କାଳ ଆଜି କେବଳ ଏତିକି କରାଳ ରୂପ ଦେଖାଇନାହିଁ; ବରଗଡ଼ରେ ବି ଦୁଇଜଣଙ୍କ ଜୀବନ ନେଇଛି । ବରଗଡ଼ ଜିଲ୍ଲା ସୋହେଲା ଜାତୀୟ ରାଜପଥରେ ଏକ ପିକ୍ ଅପ୍ ଭ୍ୟାନ ଗଛରେ ପିଟି ହୋଇଯାଇଥିଲା।  ଗାଡ଼ି ଭିତରେ ଚାପି ହୋଇ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଥିଲେ । ।  

 ସେହିପରି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପଦ୍ମନାଭପୁରରେ ଟୋଲଗେଟ୍ ଉପରକୁ କାର୍ ମାଡ଼ିଯିବାରୁ ରାଜଦୀପ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଅଜୟ ନାଏକ ଆହତ ହୋଇଛନ୍ତି। ସିସିଟିଭିରେ କଏଦ ହୋଇଛି ଭୟଙ୍କର ଦୁର୍ଘଟଣାର ଦୃଶ୍ୟ। କ୍ରେନ ସହାୟତାରେ ଦୁର୍ଘଟଣାଗ୍ରସ୍ତ କାରକୁ ବାହାର କରାଯାଇଥିଲା ।  ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ପଞ୍ଚୁକୋଟ ନିକଟରେ  ଟ୍ରକ୍ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି ।