ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବୋଲେରୋକୁ ଧକ୍କା ଦେଲା ହାଇୱା

Advertisment

ବୋଲେରୋକୁ ଧକ୍କା ଦେଲା ହାଇୱା । ଆଚାର୍ଯ୍ୟ ବିହାର ଟ୍ରାଫିକ ଠାରେ ହାଇୱାଟି ବୋଲେରୋକୁ ଧକ୍କା ଦେବା ସହିତ ଆଚାର୍ଯ୍ୟ ବିହାରରେ ଥିବା ଟ୍ରାଫିକ ପୋଷ୍ଟ ଉପରକୁ ଚଢ଼ିଯାଇଥିଲା।

ବୋଲେରୋକୁ ଧକ୍କା ଦେଲା ହାଇୱା । ଆଚାର୍ଯ୍ୟ ବିହାର ଟ୍ରାଫିକ ଠାରେ ହାଇୱାଟି ବୋଲେରୋକୁ ଧକ୍କା ଦେବା ସହିତ ଆଚାର୍ଯ୍ୟ ବିହାରରେ ଥିବା ଟ୍ରାଫିକ ପୋଷ୍ଟ ଉପରକୁ ଚଢ଼ିଯାଇଥିଲା।

Road Accident

କନକ ବ୍ୟୁରୋ : ଆଚାର୍ଯ୍ୟ ବିହାର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବିଳମ୍ବିତ ରାତିରେ ଗୋଟିଏ ବୋଲେରୋକୁ ଧକ୍କା ଦେଇଛି ହାଇୱା। ହାଇୱାଟି ଆପୋଲୋ ହସ୍ପିଟାଲ ଦେଇ ଆଚାର୍ୟ୍ୟ ବିହାର ଆଡ଼କୁ ଆସୁଥିବା ବେଳେ ବୋଲେରୋଟି ବାଣୀବିହାର ପଟୁ ଆଚାର୍ଯ୍ୟ ବିହାର ଆଡ଼କୁ ଆସୁଥିଲା।

ତେବେ ଆଚାର୍ଯ୍ୟ ବିହାର ଟ୍ରାଫିକ ଠାରେ ହାଇୱାଟି ବୋଲେରୋକୁ ଧକ୍କା ଦେବା ସହିତ ଆଚାର୍ଯ୍ୟ ବିହାରରେ ଥିବା ଟ୍ରାଫିକ ପୋଷ୍ଟ ଉପରକୁ ଚଢ଼ିଯାଇଥିଲା। ଯାହା ଫଳରେ ସଂପୂର୍ଣ୍ଣ ଟ୍ରାଫିକ ପୋଷ୍ଟଟି ଭାଙ୍ଗି ନଷ୍ଟ ହେବା ସହିତ ବୋଲେରୋର ମଧ୍ୟ ଗୋଟିଏ ପାର୍ଶ୍ୱ ଭାଙ୍ଗି ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ କାହାର କିଛି ଅଧିକ କ୍ଷତି ହୋଇନାହିଁ।

ସୂଚନାଯୋଗ୍ୟ ଯେ ବୋଲେରୋରେ କେବଳ ଜଣେ ଚାଳକ ଥିବା ବେଳେ ହାଇୱାରେ ଦୁଇଜଣ ଥିଲେ। ଦୁର୍ଘଟଣା ପରେ ବୋଲେରୋ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି। ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ସହିଦ ନଗର ଥାନା ପୁଲିସ ଉଭୟ ହାଇୱା ଓ ବୋଲେରୋକୁ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe