ଗଞ୍ଜାମ-ଖୋର୍ଦ୍ଧା ସୀମାନ୍ତ ଜଳି ଶଙ୍ଖ ନିକଟରେ ସଡ଼କ ଦୁର୍ଘଟଣା, ବୋଲେରୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍

ଛିଣ୍ଡିଗଲା ଡ୍ରାଇଭରଙ୍କ ହାତ । ଦୁର୍ଘଟଣାରେ ୩ଜଣ ଗୁରୁତର, ୭ଆହତ

ବୋଲେରୋକୁ ଧକ୍କା ଦେଲା ଟ୍ରକ

ବୋଲେରୋକୁ ଧକ୍କା ଦେଲା ଟ୍ରକ Photograph: (KanakNews)

କନକ ବ୍ୟୁରୋ: ଗଞ୍ଜାମ ଖୋର୍ଦ୍ଧା ସୀମାନ୍ତ ଜଳି ଶଙ୍ଖ ନିକଟରେ ସଡ଼କ ଦୁର୍ଘଟଣା । ବୋଲେରୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଛିଣ୍ଡିଗଲା ଡ୍ରାଇଭରଙ୍କ ହାତ। ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ବେଳେ ୭ଜଣ ଆହତ, ସମସ୍ତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଗାଁରୁ ଦର୍ଶନ ସାରି ବୋଲେରୋଟି ବ୍ରହ୍ମପୁର ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ରାସ୍ତା ପାର୍ଶ୍ଵରେ ଥିବା ଏକ ଟ୍ରକ କୁ ଓଭର ଟେକ୍ କରି ବୋଲର ଟି ପାସ ହେଉଥିବା ବେଳେ ପଛରୁ ଆସୁଥିବା  ଅନ୍ୟ ଏକ ଟ୍ରକ ବୋଲର କୁ ଧକ୍କା ଦେଇ ଫେରାର ହୋଇଯାଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe