କନକ ବ୍ୟୁରୋ: ସମ୍ବଲପୁରରେ ସଡ଼କ ଦୁର୍ଘଟଣା ।  ଦୁର୍ଘଟଣାରେ ୨ମୃତ, ୨ଆହତ । ବୁର୍ଲା ଥାନା ଲଡ଼ୁଖାଇ ନିକଟରେ ସଡ଼କ ଦୁର୍ଘଟଣା । ଢ଼ାବାରୁ ଖାଇ ଘରକୁ ଫେରିବା ବେଳେ ଡ଼ିଭାଇଡର୍‌ରେ କାର୍‌ଟି ଓଲଟି ପଡ଼ିବା ସହ ପଛରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା ।

Advertisment

ଫଳରେ କାର୍‌ରେ ଥିବା ୪ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି  । ସେପଟେ ଭୁବନେଶ୍ବରରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସର ସାମ୍ନା ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ଭୁବନେଶ୍ୱର ଏମ୍‌ସ କୁ ଜଣେ ରୋଗୀଙ୍କୁ ସ୍ଥାନାନ୍ତର କରାଯିବା ସମୟରେ ଦୁର୍ଘଟଣା ଘଟିଛି ।

ଜାତୀୟ ରାଜପଥରେ ଆମ୍ବୁଲାନ୍ସ ଯାଉଥିବା ସମୟରେ ଚଣ୍ଡେଶ୍ୱର ଛକ ନିକଟରେ ହଠାତ୍ ଏକ ଟ୍ରକ ବାମ ପାର୍ଶ୍ବରୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ କୌଣସି ଆଘାତ ପହଁଚି ନଥିବା ବେଳେ ଡ୍ରାଇଭର ଓ ଆଟେଣ୍ଡାଣ୍ଟ ସାମାନ୍ୟ ଆହତ ହୋଇଛନ୍ତି ।