କନକ ବ୍ୟୁରୋ : ଜୀବନ ନେଲା ସ୍କୁଲ ବସ । ଘଟଣା ଘଟିଛି ଘାଟିକିଆରୁ ନୂଆ ଗାଁ ରାସ୍ତାରେ । ଦୋକାନକୁ ଯାଉଥିବା ବେଳେ ପଛପଟରୁ ଆସି ମଡ଼େଇ ଦେଇଥିଲା ଏକ ଘରୋଇ ସ୍କୁଲ ବସ । ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ପାଇକରାୟପୁରର ସୈମ୍ୟରଞ୍ଜନ ।  

Advertisment

ସମୟ ସକାଳ ପ୍ରାୟ ୮:୩୦, ସ୍ଥାନ ଘଟିକିଆ ରୁ ନୂଆ ଗାଁ ରାସ୍ତା, ସବୁଦିନ ପରି ନିଜ ଦୋକାନକୁ ବାହାରି ଯାଇଥିଲେ ପାଇକରାୟପୁର ଗାଁର ସୌମ୍ୟ ରଞ୍ଜନ । ଗାଡ଼ିରେ ଯାଉଥିବା ବେଳେ, ଘାଟିକିଆ ପଟୁ ଆସୁଥିବା ଏକ ସ୍କୁଲ ବସଟି ପଛ ପଟୁ ଧକ୍କା ଦେଇଥିଲା, ଭାରସାମ୍ୟ ହରାଇ ତଳେ ପଡ଼ିଗଲା ବେଳେ ବସଟି ସୌମ୍ୟରଞ୍ଜନଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଥିଲା । ଦୁର୍ଘଟଣା ପରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ଅଞ୍ଚଳବାସୀ । 

ସୌମ୍ୟରଞ୍ଜନ ମୃତ୍ୟୁପରେ କ୍ଷତିପୂରଣ ଦାବି କରିଥିଲେ ପରିବାର ଲୋକ । ପତ୍ନୀଙ୍କୁ ଚାକିରି, ଛୁଆର ପାଠପଢ଼ା ଓ ଶୁଦ୍ଧିକ୍ରିୟା ଖର୍ଚ୍ଚ ସଂପୃକ୍ତ ସଂସ୍ଥା ଦେବାନେଇ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା । 
ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଚେତୁନାହିଁ ବିଏମ୍‌ସି । ଲୋକଙ୍କ ଦାବି ରାସ୍ତାରେ ତିଆରି କରାଯାଉ ସ୍ପିଡ ବ୍ରେକର ।