ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର । ବାଲେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ।

Advertisment

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଟୋଲଗେଟକୁ ଧକ୍କା ଦେଇ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର ।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଟୋଲଗେଟକୁ ଧକ୍କା ଦେଇ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର ।

Accident 1

କନକ ବ୍ୟୁରୋ : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଟୋଲଗେଟକୁ ଧକ୍କା ଦେଇ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର । ଆଉ କଣ୍ଟେନର ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର । କଣ୍ଟେନର ଭିତରେ ଡ୍ରାଇଭର ଜିଅନ୍ତା ପୋଡ଼ି ଯାଇଥିବା ବେଳେ ହେଲପର ମଧ୍ୟ ଜଳି ଯାଇ ଥିବା ସନ୍ଦେହ କରାଯାଉଛି । କଣ୍ଟେନରଟି ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ପ୍ରବେଶ ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଟୋଲଗେଟକୁ ଧକ୍କା ଦେଇ ଜଳିଯାଇଥିଲା କଣ୍ଟେନର ।  

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଜଳେଶ୍ବର ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଦୁର୍ଘଟଣା ପରଠୁ ରାସ୍ତାର ଦୁଇପଟେ ଶହ ଶହ ଗାଡି ଅଟକି ରହିଛି । ବିଳମ୍ୱିତ ରାତିରେ ଡ୍ରାଇଭରର ଆଖି ଲାଗି ଯାଇ ଥିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe