କନକ ବ୍ୟୁରୋ : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଟୋଲଗେଟକୁ ଧକ୍କା ଦେଇ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର । ଆଉ କଣ୍ଟେନର ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର । କଣ୍ଟେନର ଭିତରେ ଡ୍ରାଇଭର ଜିଅନ୍ତା ପୋଡ଼ି ଯାଇଥିବା ବେଳେ ହେଲପର ମଧ୍ୟ ଜଳି ଯାଇ ଥିବା ସନ୍ଦେହ କରାଯାଉଛି । କଣ୍ଟେନରଟି ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ପ୍ରବେଶ ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଟୋଲଗେଟକୁ ଧକ୍କା ଦେଇ ଜଳିଯାଇଥିଲା କଣ୍ଟେନର ।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଜଳେଶ୍ବର ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଦୁର୍ଘଟଣା ପରଠୁ ରାସ୍ତାର ଦୁଇପଟେ ଶହ ଶହ ଗାଡି ଅଟକି ରହିଛି । ବିଳମ୍ୱିତ ରାତିରେ ଡ୍ରାଇଭରର ଆଖି ଲାଗି ଯାଇ ଥିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।