‘ମୁଁ ତ ମୋଦୀଙ୍କୁ ନଚାଇ ଦେବି’ … ରାତିଅଧରେ ଯୁବକଙ୍କ ସହ ମିଶି ରାସ୍ତାରେ ନାଚିଲେ ଆରଜେଡି ନେତା ତେଜସ୍ବୀ ଯାଦବ

ତେଜସ୍ୱୀ ଯାଦବଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଅନେକ ଯୁବକଙ୍କ ସହିତ ରାସ୍ତାରେ ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ତେଜସ୍ୱୀ ଯାଦବଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ସେୟାର କରିଛନ୍ତି ।

tejaswi

tejaswi Photograph: (KanakNews)

କନକ ବ୍ୟୁରୋ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଅନେକ ଯୁବକଙ୍କ ସହିତ ରାସ୍ତାରେ ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ତେଜସ୍ୱୀ ଯାଦବଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ସେୟାର କରିଛନ୍ତି । କୁହାଯାଉଛି ଯେ ରାତିରେ ତେଜସ୍ୱୀ ଯାଦବ ପାଟଣାର ମେରାଇନ ଡ୍ରାଇଭରେ ପହଞ୍ଚିଥିଲେ, ଯେଉଁଠାରେ ସେ ଯୁବକମାନଙ୍କ ସହିତ ହ୍ରିତିକ୍ ରୋଶନଙ୍କ ଷ୍ଟାଇଲରେ ଡ୍ୟାନ୍ସ କରିଥିଲେ । ଭିଡିଓରେ ସେ କହିଛନ୍ତି ଯେ ‘ମୁଁ ତ ମୋଦୀଜୀଙ୍କୁ ବି ନଚାଇ ଦେବି ।’

ରୋହିଣୀ ଆଚାର୍ଯ୍ୟ ଭାଇ ନାଚୁଥିବାର ଗୋଟିଏ ପରେ ଗୋଟିଏ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ତେଜସ୍ୱୀ ଯାଦବ ଡ୍ୟାନ୍ସ କରୁବା ସହ ଯୁବକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ଏବଂ ମଜା କରୁଥିବା ଦେଖାଯାଉଛନ୍ତି । ରୋହିଣୀ ଭିଡିଓ ସେୟାର କରି ଲେଖିଛନ୍ତି ଯେ ଦିଲ୍ ତୋ ବଚ୍ଚା ହି ହୈ ଜୀ, ମସ୍ତି ଟାଇମ, ପାଟଣା ମେରାଇନ ଡ୍ରାଇଭ । ଅନ୍ୟ ଏକ ଭିଡିଓ ସେୟାର କରି ରୋହିଣୀ ଲେଖିଛନ୍ତି ଯେ ସବୁଠାରୁ ମୂଲ୍ୟବାନ ଗହଣା ହେଉଛି ହସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe