କନକ ବ୍ୟୁରୋ : ଜନ ବସତି ଆଡ଼କୁ ମାଡ଼ି ଆସୁଛି ନଦୀ । କୂଳ ଖାଇ ନଦୀ କୂଳିଆ ଗାଁ ପାଇଁ ବିପଦ ପାଲଟିଛି । ନଦୀ ଘେରା କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକର ନଦୀକୂଳିଆ ବାସିନ୍ଦାଙ୍କ ଚିନ୍ତା ବଢ଼ିଚାଲିଛି ନଦୀ ପାଇଁ । ମହାନଦୀ, ଲୁଣା, ପାଇକା ଓ ଗୋବରୀ ନଦୀ କୂଳରେ ଗଢ଼ି ଉଠିଥିବା ଜନବସତି ପାଇଁ ବିପଦ ସାଜିଛି । ପ୍ରତିଦିନ ନଦୀ କୂଳ ଖାଇ ଖାଇ ଚାଲିଛି । ଗୋପାଳପୁରରୁ ଗୌଡ଼ବାଡ଼ପୁର ଗାଁ ଦେଇ ପ୍ରବାହିତ ଲୁଣାନଦୀ, ଗତିପଥ ବଦଳାଇ ଚାଲିଛି । ଖାଲି ସେତିକି ନୁହେଁ, ହେକ୍ଟର ହେକ୍ଟର ଚାଷଜମି ନଦୀ ଗର୍ଭକୁ ଚାଲିଯାଉଥିବାରୁ ଚିନ୍ତାରେ ପଡ଼ିଛି ଚାଷୀ ।
ରାତିରେ ଉଜାଗର ଆଉ ଦିନ ହେଲେ ଗାଁ ହେଉଛି ଜନ ଶୂନ୍ୟ । ରାୟଗଡ଼ା ନାଗାବଳୀ ନଦୀ ଧୀରେଧୀରେ କୂଳ ଖାଉଥିବାରୁ ଲୋକେ ନଦୀ ମୁଣ୍ଡରେ ଜଗି ବସୁଛନ୍ତି । ଆଡ଼ି ବନ୍ଧରୁ ମାଟି ଅତଡ଼ା ଖସୁଥିବା ବେଳେ କୂଳ ଖାଇ ନଦୀ ଗାଁ ମୁହାଁ ହେଲାଣି । ସେହିଭଳି ଚାଷ ଜମି ନଦୀ ଗର୍ଭକୁ ଚାଲିଯିବା ଭୟ ଘାରିଛି ଚାଷୀଙ୍କୁ । ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ପଥର ପ୍ୟାକିଂ କରାଯାଇଥିଲେ ବି କୌଣସି ସୁଫଳ ମିଳୁନାହିଁ । ନଦୀକୂଳିଆ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ଯାହା ପଦକ୍ଷେପ ନିଆଯିବାର ମିଳିଛି ପ୍ରତିଶ୍ରୁତି ।
ଦେବୀ ସାଜିଲା ଦାନବୀ । ସମୁଦ୍ର ଆଁକୁ ଚାଲିଯାଉଛି ଗାଁ । ଅନେକ ପରିବାର ବିସ୍ଥାପିତ ହେଉଥିବା ବେଳେ ବହୁ ଚାଷ ଜମି ନଦୀ ଗର୍ଭକୁ ଚାଲିଯାଉଛି । ଅସ୍ତରଙ୍ଗରେ ଦେବୀ ନଦୀ ସାଙ୍ଗକୁ ସମୁଦ୍ର କରାଳ ରୂପ ସ୍ଥାନୀୟ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଜୁଆର ଭଟ୍ଟା ଯୋଗୁ ଚାଷ ଜମି ସବୁ ନଦୀ ଗର୍ଭକୁ ଗଲାଣି । ଏବେ ଗୋଟେ ପଟେ ସମୁଦ୍ର ଆଉ ଅନ୍ୟପଟେ ଦେବୀ ନଦୀର ଗତିପଥ ପରିବର୍ତ୍ତନ ପ୍ରଭାବ ପକାଇବାରେ ଲାଗିଲାଣି ।
ନଦୀ କୂଳ ଖାଇ ଦିନକୁ ଦିନ ଜନବସତି ଅଂଚଳ ଆଡ଼କୁ ମାଡ଼ି ଆସୁଛି । ଆଉ ନଦୀର କରାଳ ଗର୍ଭରେ ଲୀନ ହୋଇଯାଉଛି ଘରଦ୍ବାର । ଏବେ ଭିଟାମାଟି ଓ ଚାଷଜମିକୁ ସୁରକ୍ଷା ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ନଦୀକୂଳିଆ ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/12/24-2025-08-12-18-23-51.jpg)