କନକ ବ୍ୟୁରୋ : ଗାଁ ପାଇଁ ସଙ୍କଟ ସୋନ ନଦୀ। କୂଳ ଖାଉଛି। ଧିରେଧିରେ ଗାଁ ଆଡ଼କୁ ମାଡ଼ି ଆସୁଛି । ନଦୀ ପାଖରେ ରହିଛି ଉଦଳା ବ୍ଲକ ଅନ୍ତର୍ଗତ ଅଠଣଗାଁ । ଗାଁରେ ୨୦୦ରୁ ଅଧିକ ପରିବାର ବସବାସ କରନ୍ତି । ୩ ବର୍ଷ ହେଲା ନଦୀ ଗର୍ଭରେ ଲୀନ ହୋଇଗଲାଣି ଏକର ଏକର ଚାଷ ଜମି। କିଛି ଲୋକଙ୍କ ବାସକୁ ଗିଳି ସାରିଲାଣି ସୋନ ନଦୀ। ଏମିତି ଚାଲିଲେ ଆଗାମୀ ଦିନରେ ନଦୀରେ ସମ୍ପୂର୍ଣ୍ଣ ଲୀନ ହେଇଯିବ ଗାଁ। ଏଭଳି ଆଶଙ୍କାରୁ ଏଡ଼ାଇ ଦିଆଯାଇନପାରେ ।
ନଦୀରେ ଆଡ଼ିବନ୍ଧ ନିର୍ମାଣ ନିମନ୍ତେ ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନକୁ ଅବଗତ କରାଇଛନ୍ତି । ତଥାପି କୌଣସି ସୁଫଳ ମିଳୁନାହିଁ । ସେପଟେ ନଦୀର ରୂପକୁ ଦେଖି ପ୍ରତିମୁହୂର୍ତରେ ଭୟ ଲାଗୁଛି। ବାଲି ଚୋରା ଚାଲାଣ କାରଣରୁ ଏପରି ସ୍ଥିତି ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଆଡ଼ି ବନ୍ଧ ନିର୍ମାଣ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉଦଳା ବିଧାୟକ।
ଯଦି ବେଳ ଥାଉଥାଉ କିଛି ବନ୍ଦୋବସ୍ତ କରାନଯାଏ ତା'ହେଲେ ସ୍ଥିତି ଅଣାୟତ ହୋଇଯିବ।