କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରର ଇଷ୍ଟ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ହରିହର ଭେଟ । ଏହି ଦୁର୍ଲ୍ଲଭ ଦୃଶ୍ୟକୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ସେଠାରେ ଦ୍ବୀପ ପ୍ରଜ୍ବଳନ କରୁଥିବା ହଜାର ହଜାର ଶ୍ରଦ୍ଧାଳୁ । ଏଥିପାଇଁ ବିଶେଷ ନୀତିକାନ୍ତି କରାଯାଇଥିଲା। 

Advertisment

ଅଧିକ ପଢ଼ନ୍ତୁ:କପିଳାସ ଶୈବପୀଠରେ ସ୍ବାଭାବିକ ହେଲା ନୀତିକାନ୍ତି : ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ପରେ ହଟିଲା ଧାରଣା

ତେବେ ମନ୍ଦିର ପରିସରରେ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଗଲାଣି । ରାତି ୧୦ ଟାରେ ମହାଦୀପ ଉଠିବାର ସୂଚନା ଥିଲା। କିନ୍ତୁ ସକାଳ ସମୟରେ ପୁଲିସ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତି ବିଳମ୍ବ ହୋଇପାରେ ବୋଲି ଶ୍ରଦ୍ଧାଳୁ ଆଶଙ୍କାରେ ଥିଲେ। କିନ୍ତୁ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଯାଇଥିବାରୁ ମହାଦୀପ ଧାର୍ଯ୍ୟ ସମୟଠାରୁ ଶୀଘ୍ର ଉଠିବ ବୋଲି ଅନୁମାନ କରାଯାଉଛି। ହର ହର ମହାଦେବ …