କନକ ବ୍ୟୁରୋ: ବିଭିନ୍ନ ସ୍ଥାନରେ ଚାଲିଛି ପାର୍ବଣ ପୂଜା । ଦେବୀ ପୀଠଗୁଡିକରେ ସମ୍ପୂର୍ଣ୍ଣ ରୀତିନୀତିର ସହ ପୂଜା ଆରମ୍ଭ ହୋଇଯାଇଛି । ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ପୂଜାର୍ଚ୍ଚନା ସହିତ ପ୍ରତିଦିନ ମାଆଙ୍କ ବିଭିନ୍ନ ବେଶ କରାଯାଉଛି । ସେହିଭଳି ଖୋର୍ଦ୍ଧା ଟାଙ୍ଗୀ ବ୍ଳକ ମୂଳିଝରଗଡ଼ରେ  ଷୋଳପାଣି ମାଆ ଉଗ୍ରତାରା ପୀଠରେ ମାଆଙ୍କର ପୂଜା ଚାଲିଛି ।

Advertisment

ମାଆ ଉଗ୍ରତାରାଙ୍କ ପୀଠରେ ଦୁଇଟି ନବରାତ୍ରୀ ପୂଜା ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଗୋଟିଏ ବାସନ୍ତିକ ନବରାତ୍ର ଓ ଅନ୍ୟଟି ଶାରଦୀୟ ନବରାତ୍ର । ଗୋଟିଏ ପୂଜା ଦିନରେ ହୋଇଥିବା ବେଳେ ଅନ୍ୟ ପୂଜା ରାତିରେ କରାଯିବାର ନିୟମ ରହିଛି । ସକାଳୁ ମାଆଙ୍କର ମଙ୍ଗଳ ଆଳତି ପରେ ମାର୍ଜଣା କରାଯାଇଥାଏ । ଏହାପରେ ମହାଆଳତୀ ପର୍ବ ପରେ ମାଆଙ୍କ ବିଭିନ୍ନ ବେଶ କରାଯାଏ । 

ପାର୍ବଣ ବେଳେ ମାଆ ଉଗ୍ରତାରାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି। ମାନସିକଧାରୀ ମାନେ ମାଆଙ୍କ ନିକଟରେ ମାନସିକ କୁମ୍ଭ ବସାଇବାର ପରମ୍ପରା ରହିଛି  । 

ଚାଲିଛି ଚଣ୍ଡିପାଠ । ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହେଉଛି ମନ୍ଦିର ପ୍ରାଙ୍ଗଣ । ଅନ୍ୟ ସବୁ ଶକ୍ତିପୀଠ ଭଳି ଖୋର୍ଦ୍ଧାର ମାଆ ଉଗ୍ରତାରା ପୀଠରେ ଚାଲିଛି ଶୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ।  ବିଭିନ୍ନ ସ୍ଥାନରେ ଚାଲିଛି ପାର୍ବଣ ପୂଜା । ଦେବୀ ପୀଠଗୁଡିକରେ ସମ୍ପୁର୍ଣ୍ଣ ରୀତିନୀତିର ସହ ପୂଜା ଆରମ୍ଭ ହୋଇଯାଇଛି । ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ପୂଜାର୍ଚ୍ଚନା ସହିତ ପ୍ରତିଦିନ ମାଆଙ୍କ ବିଭିନ୍ନ ବେଶ କରାଯାଉଛି । ସେହିଭଳି ଖୋର୍ଦ୍ଧା ଟାଙ୍ଗୀ ବ୍ଳକ ମୂଳିଝରଗଡ଼ରେ  ଷୋଳପାଣି ମାଆ ଉଗ୍ରତାରା ପୀଠରେ ମାଆଙ୍କର ପୂଜା ଚାଲିଛି ।