କନକ ବ୍ୟୁରୋ : ବୁଢ଼ାବଳଙ୍ଗରେ ବନ୍ୟା ପରିସ୍ଥିତି ନେଇ ଲୋକ ହନ୍ତସନ୍ତ । ବାଲେଶ୍ୱର ରେମୁଣା ବ୍ଲକର ୨୫ରୁ ଅଧିକ ଗାଁ ଓ ସଦର ବ୍ଲକର ୩୦ରୁ ଅଧିକ ଗାଁରେ ପଶିଛି ବନ୍ୟା ପାଣି । ରେମୁଣା କାଠସଙ୍ଗଡ ଗାଁରେ କିଛି ଲୋକ ଜଳବନ୍ଦୀ ହୋଇଥିବା ବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି । ବିପନ୍ନ ମାନଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି ।
ଚାଲିଯାଇଛି ବାତ୍ୟା, ଦେଇଯାଇଛି ଦୁଃଖ । ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଏବେ ଉବୁଟୁବୁ ବାଲେଶ୍ୱରର ଅନେକ ଅଞ୍ଚଳ । ରେମୁଣା ଓ ସଦର ବ୍ଲକର ଅନେକ ଗାଁରେ ପାଣି ପଶିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଦୈନନ୍ଦିନ ସାମଗ୍ରୀ ଆଣିବାକୁ ଏବେ ଗାଁରେ ଚାଲୁଛି ଡଙ୍ଗା । ଲୋକଙ୍କ ସମସ୍ୟା ବୁଝିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛି କନକ ନ୍ୟୁଜ୍ ଟିମ୍ ।
ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି ଯୋଗୁଁ ବାରିପଦା ମ୍ୟୁନିସିପାଲଟି ୭ ନମ୍ବର ୱାର୍ଡର ୧୦ ରୁ ୧୫ ଘର ଜଳମଗ୍ନ ହୋଇଛି । ଆଜି କିଛି ମାତ୍ରାରେ ପାଗରେ ପରିବର୍ତ୍ତନ ହୋଇଇଛି । ହେଲେ ମଝିରେ ମଝିରେ ତୁହାକୁ ତୁହା ବର୍ଷା ହେଉଥିବାରୁ ବାରିପଦା ସହରର ମଧୁବନ ଅଞ୍ଚଳ ବୁଡ଼ିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/26/YdBvbbbcOSjDPQVs3BsT.jpg)