କନକ ବ୍ୟୁରୋ : ସାଇବର ଠକେଇ.. ଏହାର ଶିକାର କିଏ ଓ କେତେବେଳେ ହେବ, ତାହା କେହି କହିପାରିବେନି । ସାରା ବିଶ୍ୱରେ ଏବେ ଏହି ସାଇବର ଠକେଇ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି । କାରଣ ଆଖି ପିଛୁଳାକେ ଆକାଉଣ୍ଟରୁ ଗାଏବ ହୋଇଯାଉଛି କଷ୍ଟ ଉପାର୍ଜିତ ଟଙ୍କା । ଆଉ ଥରେ ସେହି ଟଙ୍କା ଗଲା ପରେ ଆଉ ଫେରିବା ପାଇବା ଆଶା ଛାଡ଼ି ଦେଉଛନ୍ତି ।
କାରଣ କେଉଁଠି ଏହି ସାଇବର ଲୁଟ ଅପରେଟ୍ ହେଉଛି, ତା’ର ମୂଳକୁ ଏପର୍ଯ୍ୟନ୍ତ ଖୋଜି ବାହାର କରାଯାଇପାରିନାହିଁ । ଏବେ ସାଇବର ଠକେଇ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ସାଇବର ଅପରାଧ ରୋକିବାକୁ ଓଡ଼ିଶା ପୁଲିସ ନୂଆ ଷ୍ଟ୍ରାଟେଜୀ ଆପଣେଇଛି । ପୋଲିସ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ । ସାଇବର ସଇତାନଙ୍କୁ ସାବାଡ଼ କରିବା ପାଇଁ ନିଆଯିବ ଏଆଇର ସହାୟତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/03/FyQzrlFpitWkvPD4p032.jpg)