ପାହାଡ଼ ଉପରେ ମେଳି: ହକ୍ ପାଇଁ ଏକାଠି ହେଲେ, ପ୍ରଶାସନ ବିରୋଧରେ ଗର୍ଜିଲେ ଭୂମିହୀନ

ପାହାଡ଼ ଉପରେ ଘରଡିହ ପଟ୍ଟା ଦେଲେ । ସମତୁଲ କରିବା ପରେ ମନା କଲେ ।

ପାହାଡ଼ ଉପରେ ମେଳି

ପାହାଡ଼ ଉପରେ ମେଳି Photograph: (KanakNews)

କନକ ବ୍ୟୁରୋ: ପାହାଡ଼ ଉପରେ ମେଳି । ପାହାଡ଼ ଉପରେ ଘର ଢ଼ିହପାଇଁ ପଟା ଦେଲେ । ଚାନ୍ଦା କରି ଲୋକମାନେ ପାହାଡ଼ ସମତୁଲ କରିବା ସମୟରେ ମନା କରିଦେଲା ପ୍ରଶସାନ । ଏବେ ଯିବୁ କୁଆଡ଼େ? ଖର୍ଚ୍ଚ କରିଥିଲା ଟଙ୍କା ଦେବ କିଏ? ଏଭଳି କିଛି ଅଭିଯୋଗ କରି ଶତାଧିକ ଓସିସି କଲୋନୀର ମହିଳା ଓ ପୁରୁଷ ପାହାଡ଼ ଉପରେ ଏକାଠି ହୋଇଛନ୍ତି । 

ହାତରେ ଘର ଢ଼ିହ ପଟ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକାର ନଦେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି କୋଲାବ ଡ୍ୟାମ୍‌ ପାଇଁ ବିସ୍ଥାପିତ ହୋଇଥିବା କଲୋନୀ ବାସିନ୍ଦା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe