ଚିନ୍ତା ବଢ଼ାଉଛି କଟକ-ଭୁବନେଶ୍ବର ଟ୍ରାଫିକ୍ ; ନିର୍ମାଣ ହେବ ସ୍କାଏୱାକ୍

Advertisment

ରାଜଧାନୀର ବଢୁଥିବା ଟ୍ରାଫିକ୍ ସମସ୍ୟା ଓ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବଡ଼ ପଦକ୍ଷେପ ନେଇଛି ଏନଏଚଏଆଇ। ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ଆଧୁନିକ ସ୍କାଇୱାକ୍।

ରାଜଧାନୀର ବଢୁଥିବା ଟ୍ରାଫିକ୍ ସମସ୍ୟା ଓ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବଡ଼ ପଦକ୍ଷେପ ନେଇଛି ଏନଏଚଏଆଇ। ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ଆଧୁନିକ ସ୍କାଇୱାକ୍।

Road

Road Photograph: (kanak news)

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି କଟକ-ଭୁବନେଶ୍ବର ଟ୍ରାଫିକ୍। ସମସ୍ୟାର ସମାଧାନ ପାଇଁ ପଳାଶୁଣି ଛକରେ ହେବ ଆଉ ଏକ ବ୍ରିଜ୍‌। ଏଥିସହ ୪ ଲେନ୍ ବିଶିଷ୍ଟ ରାସ୍ତାକୁ ୬ ଲେନ୍‌ରେ ପରିଣତ କରାଯିବ। ରସୁଲଗଡ଼ରୁ ପଳାଶୁଣି ମଧ୍ୟରେ ହେବ ସ୍କାଏ ୱାକ୍ । ୧୬ ନମ୍ବର ଜାତୀୟ ରାଜପଥର ପଳାଶୁଣିରୁ ରସୁଲଗଡ଼ ଅଞ୍ଚଳରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଏଠାରେ ଦେଖାଯାଏ ଭୟାବହ ଟ୍ରାଫିକ୍ ଜାମ୍ । ଭାରୀ ଯାନବାହନ ଚଳାଚଳ ପାଇଁ ଯାତ୍ରୀମାନେ ଭୋଗୁଛନ୍ତି ସମସ୍ୟା । ରାଜଧାନୀର ବଢୁଥିବା ଟ୍ରାଫିକ୍ ସମସ୍ୟା ଓ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବଡ଼ ପଦକ୍ଷେପ ନେଇଛି ଏନଏଚଏଆଇ। ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ଆଧୁନିକ ସ୍କାଇୱାକ୍। ଏନଏଚଏଆଇ ପକ୍ଷରୁ ନିର୍ମାଣ ହେବ ପ୍ରାୟ ୫୦୦ ମିଟର ଲମ୍ବା ଆଧୁନିକ ସ୍କାଇୱାକ୍। ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ତିଆରି ହେବାକୁ ଥିବା ଏହି ପ୍ରକଳ୍ପରେ ରହିବ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା, ସୁବିଧାଜନକ ସିଡ଼ି ଓ ଲିଫ୍ଟ ସୁବିଧା। ଏହା ଦ୍ୱାରା ବୃଦ୍ଧ, ମହିଳା ଓ ଶିଶୁମାନେ ସୁରକ୍ଷିତ ଭାବେ ରାସ୍ତା ଅତିକ୍ରମ କରିପାରିବେ। ଆଉ ତଳେ ଯାନବାହନ ବି ଚଳାଚଳ କରିପାରିବ। 

ଭୁବନେଶ୍ୱରରୁ କଟକ ଯାତ୍ରା କରୁଥିବା ଗାଡ଼ି ପଳାଶୁଣିରୁ ହଂସପାଳ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଫସିଯାଏ। ଏହି ସମସ୍ୟାର ସମାଧାନ ପାଇଁ ପଳାଶୁଣିରେ ନିର୍ମାଣ ହେବ ଆଉ ଗୋଟିଏ ନୂଆ ବ୍ରିଜ୍। ବର୍ତ୍ତମାନ ୪ ଲେନ୍ ଥିବା ରାସ୍ତାକୁ ୬ ଲେନ୍ କରିବା ପ୍ରସ୍ତାବ ରହିଛି। ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଆରମ୍ଭ ହେବ ଓ ଦେଢ଼ ବର୍ଷ ମଧ୍ୟରେ ସମାପ୍ତ କରିବାକୁ ଲକ୍ଷ୍ୟ ରହିଛି। ଭୁବନେଶ୍ୱରରୁ ଖୋର୍ଦ୍ଧା ମଧ୍ୟରେ ଦୁର୍ଘଟଣା ବଢୁଥିବାରୁ ଏହି ରାସ୍ତା ମଝିରେ ୫ଟି ଅତ୍ୟାଧୁନିକ ସ୍କାଇଓ୍ବାକ ନିର୍ମାଣ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe