କନକ ବ୍ୟୁରୋ: ଆଜି ଟେକ୍ନୋଲୋଜି ଯୁଗରେ ଲୋକେ ଏଆଇ ବ୍ୟବହାର କଲେଣି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହେଉଛି । ସବୁପରେ ବି ଲୋକେ ସଚେତନ ହେଉନାହାନ୍ତି । ପାଠ ପଢିବା, କ୍ୟାରିୟର ଗଢିବା ପୂର୍ବରୁ ପିଲାମାନଙ୍କର ବାଲ୍ୟ ବିବାହ କରିଦେଉଛନ୍ତି ପରିବାର ଲୋକେ । ଭୁବନେଶ୍ବର ସମେତ ରାଜ୍ୟରେ ଏକାଧିକ ଜିଲ୍ଲାରେ ବାଲ୍ୟ ବିବାହ ଧରାପଡିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ରାଜଧାନୀ ଭୁବନେଶ୍ୱରର ଓଲଡ ଟାଉନ ଅଞ୍ଚଳରେ ଜଣେ୧୬ ବର୍ଷୀୟା ଝିଅ ସହ ୪୫ ବର୍ଷିୟ ପୁରୁଷର ବାଲ୍ୟ ବିବାହ ହେଉଥିଲା । ଖବର ପାଇ ସ୍ବେଛାସେବୀ ସଂଗଠନ ଓ ପୁଲିସ ଚଢ଼ାଉ କରି ବିବାହ ରୋକିଛି । ଦୁଇ ଦିନ ମଧ୍ୟରେ ଭୁବନେଶ୍ବର ସମେତ, ନୟାଗଡ଼, ଢେଙ୍କାନାଳ, ନବରଙ୍ଗପୁରରେ ୪ଟି ବାଲ୍ୟ ବିବାହ ଧରାପଡିଛି ।
ଏହା ବି ପଢ଼ନ୍ତୁ: ନାହାନ୍ତି ସ୍ଥାୟୀ ଅଧ୍ୟକ୍ଷ, ଗଠନ ହୋଇନି କାଉନ୍ସିଲ୍: କେମିତି ଖର୍ଚ୍ଚ ହେବ ୫୦୦ କୋଟି ?
ଢେଙ୍କାନାଳ ଭୁବନ ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ବିବାହ ବନ୍ଦ କରିଛି ପୁଲିସ। ନନ୍ଦପୁର ଗାଁର ଜଣେ ୧୬ ବର୍ଷୀୟ ନାବାଳିକା ସହ ଖଣ୍ଡପଡା ଅଂଚଳର ଜଣେ ୧୮ ବର୍ଷୀୟ ପୁଅର ବିବାହ ହେଉଥିଲା ସେପଟେ ନବରଙ୍ଗପୁର ସଦର ବ୍ଲକ ଅଂଚଳର ଏକ ଚର୍ଚ୍ଚରେ ନାବାଳିକାଙ୍କ ବିବାହ ଚାଲିଥିଲା। ଭୋଜିଭାତ ବି ସରିଥିଲା ଶେଷ ମୂହୁର୍ତ୍ତରେ ପୁଲିସ ପହଞ୍ଚି ବିବାହ ବନ୍ଦ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି।
ସାରା ରାଜ୍ୟରେ ଏବେ ବାଲ୍ୟ ବିବାହ ପ୍ରଥା ହୁ ହୁ ହେଇ ବଢ଼ିବାରେ ଲାଗିଛି । ଏବେ ବି ଅଧିକାଂଶ ଜିଲ୍ଲାରେ ବାଲ୍ୟ ବିବାହ ହେଉଛି । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୧୨ ଜିଲ୍ଲାରେ ବାଲ୍ୟ ବିବାହ ହାର ଜାତୀୟ ହାରଠୁ ଅଧିକ ରହିଛି ।
- ବାଲ୍ୟ ବିବାହ
- ନବରଙ୍ଗପୁର ୩୯.୪% ନୟାଗଡ଼ ୩୫.୭%
- କୋରାପୁଟ ୩୫.୫% ରାୟଗଡ଼ା ୩୩,୨%
- ମାଲକାନଗିରି ୩୨.୪% ମୟୂରଭଞ୍ଜ ୩୧.୩%
- କେନ୍ଦୁଝରରେ୨୯% ଗଜପତିରେ ୨୮.୧%
- ବାଲେଶ୍ୱର ୨୬.୪ ବୌଦ୍ଧ ୨୫.୫%
- ଅନୁଗୁଳ ୨୫% ରହିଛି
ଲିଙ୍ଗଗତ ବିଷମତା, ଦାରିଦ୍ର୍ୟ, ସାମାଜିକ ଅସୁରକ୍ଷା, ପ୍ରଥା ଓ ପାରମ୍ପରିକ ଧାରଣା, ଶିକ୍ଷାର ଅଭାବ ଏବଂ ପିତା ମାତାଙ୍କ ସଚେତନତାର ଅଭାବ ବାଲ୍ୟ ବିବାହର ପ୍ରମୁଖ କାରଣ । ବାଲ୍ୟ ବିବାହରେ ଜାତୀୟ ହାର ୨୩.୩% ରହିଥିବା ବେଳେ ଓଡ଼ିଶାରେ ଏହା ୨୦.୫% ରହିଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥା ବନ୍ଦ ହୋଇପାରୁନାହି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/22/1500x900_child-marriage-min-2-2026-02-22-21-27-27.jpg)