କନକ ବ୍ୟୁରୋ: ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରି। ବିଧାନସଭାରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଗତ ଦୁଇବର୍ଷ ମଧ୍ୟରେ କେତେ ଜଣ ଶିଶୁ ଡାକ୍ତରଖାନାରେ ଜନ୍ମ ନେଇଛନ୍ତି? ଏମାନଙ୍କ ମଧ୍ୟରୁ କେତେଜେଣ ଘରୋଇ ଓ କେତେଜଣ ସରକାରୀ ହସ୍ପିଟାଲରେ ଜନ୍ମ ହୋଇଛନ୍ତି? ମେଡିକାଲରେ ଜନ୍ମ ନେଇଥିବା ଶିଶୁଙ୍କ ମଧ୍ୟରୁ କେତେ ଜଣ ସାଧାରଣ ଭାବେ ଓ କେତେଜଣ ଅପରେସନ୍ ମାଧ୍ୟମରେ ଜନ୍ମ ହୋଇଛନ୍ତି, ତାର ତଥ୍ୟ ମାଗିଥିଲେ ବିଧାୟକ। ଏହାର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଦୁଇ ବର୍ଷର ତଥ୍ୟ ଦେଇଛନ୍ତି। ବିଧାନସଭାରେ ମନ୍ତ୍ରୀ ଦେଇଥିବା ଦୁଇବର୍ଷର ତଥ୍ୟ ଅନୁସାରେ...
ଘରୋଇ ହସ୍ପିଟାଲରେ ଅଧିକ ସିଜରିଆନ୍
- ୨୦୨୨-୨୩ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୨୯ ହଜାର ୮୮ ଡେଲିଭରି
- ସେଥିରୁ ୯୯ ହଜାର ୯୯୮ଟି ଅସ୍ତ୍ରୋପଚାର ଡେଲିଭରି
- ୭୭. ୪୬ % ଅସ୍ତ୍ରୋପଚାର ଡେଲିଭରି
- ୨୦୨୩-୨୪ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର ୧୨୬ ଡେଲିଭରି
- ସେଥିରୁ ୧ ଲକ୍ଷ ୧୩ ହଜାର ୫୯୮ ଅସ୍ତ୍ରୋପଚାର ଡେଲିଭରି
- ୮୧. ୦୬% ଅସ୍ତ୍ରୋପଚାର ଡେଲିଭରି
ସରକାରୀ ହସ୍ପିଟାଲରେ ଜନ୍ମ ତଥ୍ୟ
- ୨୦୨୨-୨୩ରେ ୬ ଲକ୍ଷ ୭୪୦ ଡେଲିଭରି
- ୧ ଲକ୍ଷ ୮୩ ହଜାର ୪୪୩ ଅସ୍ତ୍ରୋପଚାର ଡେଲିଭରି ହୋଇଛି
- ୩୦. ୫୩% ଅସ୍ତ୍ରୋପଚାର ଡେଲିଭରି କରାଯାଇଛି
- ୨୦୨୩-୨୪ରେ ୫ ଲକ୍ଷ ୯୧ ହଜାର ୧୮୫ ଡେଲିଭରି ହୋଇଛି
- ୧ ଲକ୍ଷ ୯୫ ହଜାର ୫୭୮ ଅସ୍ତ୍ରୋପଚାର ଡେଲିଭରି ହୋଇଛି
- ୩୩. ୦୮% ଅସ୍ତ୍ରୋପଚାର ଡେଲିଭରି କରାଯାଇଛି
ଦିନଥିଲା ସାଧାରଣ ଡେଲିଭରିକୁ ଲୋକେ ଅଧିକ ପସନ୍ଦ କରୁଥିଲେ । ଏବେ କିନ୍ତୁ ସମୟର ପରିବର୍ତ୍ତନ ସହ ସିଜରିଆନ୍ ଡେଲିଭରି ପାଇଁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ପ୍ରଶ୍ନ ଉଠୁଛି, ଜାଣିଶୁଣି ଘରୋଇ ହସପିଟାଲ ସିଜିରିଆନ ଡେଲିଭରି ପାଇଁ ପ୍ରବର୍ତ୍ତାଉଛନ୍ତି କି ?