ରାହୁଲଙ୍କ ପରେ ପନ୍ତଙ୍କ ଶତକ, ଭାରତକୁ ୨୭୦ ରନ୍‌ର ଲିଡ୍‌

ଗୋଟିଏ ପଟେ ରାହୁଲ ଦମ୍‌ଦାର ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ୱିକେଟ୍‌ ହରାଇ ଚାଲିଥିଲା ଟିମ୍‌ ଇଣ୍ଡିଆ । ତିନୋଟି ୱିକେଟ୍‌ ହରାଇବା ପରେ ପିଚ୍‌ ଉପରକୁ ଓହ୍ଲାଇଥିଲେ ଋଷଭ ପନ୍ତ ।

Pant-

କନକ ବ୍ୟୁରୋ: ଓପନର କେଏଲ ରାହୁଲଙ୍କ ପରେ ଋଷଭ ପନ୍ତ ବି ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିଛନ୍ତି । ସେ ମଧ୍ୟ ଟେଷ୍ଟ କ୍ୟାରିଅରର ଅଷ୍ଟମ ଶତକ ହାସଲ କରିଛନ୍ତି । ୧୩୦ ବଲ୍‌ରେ ଶତକ ହାସଲ କରିଛନ୍ତି ଋଷଭ ପନ୍ତ । ଏଥିରେ ୧୩ଟି ଚୌକା ସାମିଲ ଥିବା ବେଳେ ଦୁଇଟି ଛକା ସାମିଲ ରହିଛି । ଗୋଟିଏ ପଟେ ରାହୁଲ ଦମ୍‌ଦାର ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ୱିକେଟ୍‌ ହରାଇ ଚାଲିଥିଲା ଟିମ୍‌ ଇଣ୍ଡିଆ । ତିନୋଟି ୱିକେଟ୍‌ ହରାଇବା ପରେ ପିଚ୍‌ ଉପରକୁ ଓହ୍ଲାଇଥିଲେ ଋଷଭ ପନ୍ତ ।  

ଆକ୍ରାମକ ଅନ୍ଦାଜରେ ବ୍ୟାଟଂ କରି ସେ ଇଂଲଣ୍ଡ ବୋଲର ଲୟ ବିଗାଡ଼ି ଦେଇଥିଲେ । ବିଶେଷ କରି ସ୍ପିନ୍‌ ବୋଲିଂ ବିପକ୍ଷରେ ସେ ଦ୍ୱିତୀୟ ଇନିଂସରେ ଅଧିକ ରନ୍‌ କରିଛନ୍ତି । ଇଂଲଣ୍ଡ ସ୍ପିନର ସୋଏବ ବସିରଙ୍କ ଆଭରେଜ ବିଗାଡ଼ି ଦେଇଥିଲେ । ୯୦ରେ ବ୍ୟାଟିଂ କରିବା ସମୟରେ ମଧ୍ୟ ବଡ଼ବଡ଼ ସଟ୍‌ ଖେଳିଥିଲେ ଋଷଭ ପନ୍ତ । ସୋଏବ ବସିରଙ୍କ ୧୬ତମ ଓଭରରେ ନିଜ ଶତକ ପୂରଣ କରିନେଇଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe