ବର୍ତ୍ତମାନ କଲ୍ଟ ସିନେପ୍ରେମୀଙ୍କୁ ସାଉଥ୍ ସିନେମା ଭାରି ଆକୃଷ୍ଟ କରୁଛି । କଲ୍ଟ ସିନେପ୍ରେମୀ କହିଲେ ସେମାନଙ୍କୁ ବୁଝାଇବ ଯେଉଁମାନଙ୍କ ପାଇଁ ସିନେମାର କାହାଣୀ ହିଁ ନାୟକ । ସିନେମାରେ କିଏ ନାମୀଦାମୀ ଅଭିନେତା , ଅଭିନେତ୍ରୀ ଅଛନ୍ତି ତାଙ୍କୁ କିଛି ଫରକ୍ ପଡ଼େନି । ଅଭିନେତାଙ୍କ ନିଚ୍ଛକ ଅଭିନୟର ଯାଦୁ ହିଁ ଯାହାଙ୍କୁ ବାନ୍ଧି ରଖିବାର ସାମର୍ଥ୍ୟ ରଖେ ସେମାନଙ୍କୁ କୁହାଯାଏ କଲ୍ଟ ସିନେପ୍ରେମୀ ।
/kanak/media/media_files/2025/02/06/K4okPwh3WGuMnikLtkLf.png)
ପୂର୍ବରୁ ବଲିଉଡ୍ ଇଣ୍ଡଷ୍ଟ୍ରୀ ସିନେପ୍ରେମୀଙ୍କୁ ଆକୃଷ୍ଟ କରୁଥିବାବେଳେ ଏବେ ଧିରେ ଧିରେ ସାଉଥ୍ ଇଣ୍ଡଷ୍ଟ୍ରୀ ଏ ଜାଗା ନେଇଛି । କାହାଣୀ ,ସସପେନ୍ସ , ଥ୍ରୀଲର୍ , ରୋମାନ୍ସ , ଆକ୍ସନ୍ ,ଲୋକକଥା ସବୁର ମସାଲାକୁ ଘାଣ୍ଟି ପ୍ରସ୍ତୁତ ହେଉଛି ଗୋଟିଏ ସାଉଥ୍ ସିନେମା । ଆଉ ସିନେପ୍ରେମୀଙ୍କ ଆଗରେ ସିନେମା ପରଷାଯିବା ବେଳେ ବାଜୁଛି ପ୍ରବଳ ସିଟି ।
/kanak/media/media_files/2025/02/06/aiWN6m2hwXK2Mu2CzRni.png)
ସାଉଥ୍ ଇଣ୍ଡଷ୍ଟ୍ରୀ ପ୍ରତିଥର କିଛି ନୂତନ ଧରଣର କାହାଣୀ ନେଇ ସିନେପ୍ରେମୀଙ୍କ ଆଗକୁ ଆସୁଛି ଏବଂ ଲୋକଙ୍କ ଠାରୁ ଖୁବ୍ ବାଃ ବାଃ ସାଉଁଟୁଛି । କମ୍ ବଜେଟ୍ ସିନେମାର ପ୍ରଭାବ ଏତେ ଅଧିକ ରହୁଛି ଯେ ଏହାରି ତଳେ ଦବିଯାଉଛି ବଡ଼ ବଡ଼ ବଜେଟର ସିନେମା । ଚଳିତବର୍ଷ ମଧ୍ୟ ଏମିତି ଅନେକ ଫିଲ୍ମ ଉପରେ ସୁଟିଂ ଶେଷ ହୋଇ ସାରିଛି ଯାହା ରିଲିଜ୍ ହେବା ଅପେକ୍ଷାରେ ରହିଛି । ଏହି ସିନେମା ଭିତରୁ ଗୋଟିଏ ହେଉଛି ୪୦୦ କୋଟି ଆୟ କରିଥିବା ଫିଲ୍ମ ‘କାନ୍ତାରା ଚ୍ୟାପ୍ଟର – ୧’ ର ସିକ୍ବେଲ୍ । କାନ୍ତାରା ସିନେମାର ପାର୍ଟ ୧ ସାରା ଦୁନିଆରେ ୪୦୭.୮୨ କୋଟି ଟଙ୍କା ଆୟ କରିଥିଲା କିନ୍ତୁ ସିନେମାରେ ଖର୍ଚ୍ଚ ହୋଇଥିଲା ମାତ୍ର ୧୬ କୋଟି ଟଙ୍କା । ଲମ୍ବା ସମୟ ଧରି ଋଷଭ୍ ସେଟ୍ଟି ଏ ସିନେମା ଉପରେ କାମ କରୁଛନ୍ତି । ତେବେ ଖବର ଆସୁଛି ଏହି ବହୁ ପ୍ରତୀକ୍ଷିତ ସିନେମା ପାଇଁ ୫୦୦ ଫାଇଟର୍ସଙ୍କୁ ହାୟର୍ କରାଯାଇଛି ।
/kanak/media/media_files/2025/02/06/kGRElS8zgq8eDoPrTyN3.png)
ଏହି ସିନେମା ପାଇଁ ଅଭିନେତା ଋଷଭ୍ ସେଟ୍ଟି ଖାସ୍ ଟ୍ରେନିଂ ନେଇଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । ଏହାରି ଭିତରେ ଓଇଘଝ ରେ ଏକ ଖବର ଛପିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଋଷଭଙ୍କ ଏହି ସିନେମାରେ ଏକ ଯୁଦ୍ଧ ସିନ୍ ରହିଛି ଯେଉଁଥିପାଇଁ ମେକର୍ସ ୫୦୦ ଜଣ ତାଲିମପ୍ରାପ୍ତ ଫାଇଟର୍ସଙ୍କୁ ହାୟର୍ କରିଛନ୍ତି । ଏହି ଗୋଟିଏ ସିନକୁ ଏତେ ଜବରଦସ୍ତ ଭାବରେ ପ୍ରସ୍ତୁତ କରାଯାଉଛି ଯେ ଫିଲ୍ମ ଦେଖିବାକୁ ହଲ୍ କୁ ଆସିଥିବା ଲୋକଙ୍କ ଟଙ୍କା ହିଁ ଉଠିଯିବ ।
/kanak/media/media_files/2025/02/06/7V8qSYrBn1uVuxpzxVWr.png)
ନିକଟରେ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଫାଇଟର୍ସ ଆକ୍ସନ୍ କୋରିଓଗ୍ରାଫିରେ ପାରଙ୍ଗମ । ଫାଇଟର୍ସ ନିଜ କଳାକୁ ସିନେମାରେ ଏମିତି ପ୍ରଦର୍ଶନ କରିବେ ଯେ ସିନେପ୍ରେମୀ ଏଭଳି ଏକ ଅନୁଭୂତିକୁ ଭୁଲିପାରିବେ ନାହିଁ । ମେକର୍ସଙ୍କ ମୁଣ୍ଡରେ ମଧ୍ୟ କିଛି ୟୁନିକ୍ କରିବାକୁ ନେଇ ପ୍ଲାନିଂ ରହିଛି । ଏହି କାରଣ ଯୋଗୁଁ ସିନେମାର ଗୋଟିଏ ଗୋଟିଏ ସିନକୁ ସମୟ ନେଇ ମେକର୍ସ ସୁଟିଂ କରୁଛନ୍ତି ।
ସିନେମାର ପୂର୍ବ ପାର୍ଟକୁ ଲୋକ ବହୁତ ପସନ୍ଦ କରିଥିଲେ । ଏହି କାରଣ ଯୋଗୁଁ ଏହାର ସିକ୍ବେଲ୍ସକୁ ବି ମେକର୍ସ କୌଣସି ଦୃଷ୍ଟିରୁ କମ୍ କରିବାକୁ ଚାହୁଁନାହାନ୍ତି । ଅଭିନେତା ଋଷଭ୍ ସେଟ୍ଟି ମଧ୍ୟ ସିନେମାରେ ମନୋରଞ୍ଜନର କୌଣସି ଅଭାବ ଛାଡ଼ିବାକୁ ଚାହୁଁନାହାଁନ୍ତି । ଏଥିପାଇଁ ସେ ଅଶ୍ବରୋହଣ , ଖଡଗ ଚାଳନ ଏବଂ କେରଳର ମାର୍ସଆଲାଟ୍ କଲରିପୟଟ୍ଟୁ ମଧ୍ୟ ଶିଖିଛନ୍ତି । ଚଳିତବର୍ଷ ଏହି ସିନେମା ପ୍ରେକ୍ଷାଳୟରେ ଧୁମ୍ ମଚାଇବାକୁ ଯାଉଛି । କିନ୍ତୁ ଏଯାଏଁ ରିଲିଜ୍ ତାରିଖର ଘୋଷଣା କରିନାହାଁନ୍ତି ମେକର୍ସ , ଯାହାକୁ ଚାତକ ପରି ଚାହିଁଛନ୍ତି ସିନେପ୍ରେମୀ ।
/kanak/media/media_files/2025/02/06/zypY2uf3JmuGY1MbDxr4.png)