କନକ ବ୍ୟୁରୋ : ଅଭିନେତା-ନିର୍ଦ୍ଦେଶକ ଋଷଭ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା ଚାପ୍ଟର 1' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଫିଲ୍ମର ଏକ ପ୍ରିମିୟର ମଧ୍ୟ ହୋଇଛି ଯେଉଁ ସମୟରେ ତାଙ୍କ ପରିବାର ଭାବବିହ୍ବଳ ହେଉଥିବାର ନଜର ଆସିଥିଲେ । ସ୍କ୍ରିନିଂ ସମୟରେ ତାଙ୍କ ପତ୍ନୀ ଅଭିନେତ୍ରୀ-ଡିଜାଇନର୍ ପ୍ରଗତି ଶେଟ୍ଟୀ ଫିଲ୍ମ ଉପରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖି କାନ୍ଦି ପକାଇଥିଲେ । ଋଷଭ ତାଙ୍କୁ ଆଲିଙ୍ଗନ କରି ସମ୍ଭାଳିଥିଲେ । ସ୍କ୍ରିନିଂ ସମୟର ଏହି ଭାବପ୍ରବଣ ମୁହୂର୍ତ୍ତ କ୍ୟାମେରାରେ କ୍ୟାପ୍ଚର ହୋଇଥିଲା । ସୋସିଆଲ ମିଡିଆରେ ଅନେକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଋଷଭ ଯେ କେବଳ ଅଭିନୟ ନୁହେଁ ସିନେମାର ଅନେକ ବିଭାଗରେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଏହି ଭିଡିଓରେ ଋଷଭ "ଆପଣଙ୍କ ଭଲପାଇବା ପାଇଁ ବହୁତ ବହୁତ ଧନ୍ୟବାଦ" କହୁଥିବା ମଧ୍ୟ ଦେଖାଯାଉଛନ୍ତି ।ଋଷଭଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୨ର ହିଟ୍ ଫିଲ୍ମ "କାନ୍ତାରା" ର ସିକ୍ୱେଲ୍ । ଏହି କାହାଣୀ ପ୍ରଥମ ଫିଲ୍ମରେ ଦର୍ଶାଯାଇଥିବା ପୌରାଣିକ ପରମ୍ପରା ଏବଂ ସଂଘର୍ଷକୁ ଦର୍ଶାଉଛି । ସୋସିଆଲ୍ ମିଡିଆରେ ଫିଲ୍ମକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । କେହି କେହି ସିନେମାକୁ ଦଶନ୍ଧିର ଶ୍ରେଷ୍ଠ ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି କହୁଛନ୍ତି । ଆଉ କିଏ ଲୋକକଥା, ବିଶ୍ୱାସ ଏବଂ ମାନବୀୟ ଭାବନାର ଏକ ସିନେମାଟିକ୍ ମିଶ୍ରଣ ବୋଲି କହୁଛନ୍ତି ।  
 

Advertisment