କନକ ବ୍ୟୁରୋ : ବନ୍ୟା ପାଣିରେ ଭାସୁଛି ପାଚିଲା ଧାନ । ବୁଡ଼ି ରହିଛି ରୁଆ ଧାନ ହୋଇଥିବା ଫସଲ । ଥରେ ନୁହେଁ କି ଦୁଇ ଥର ନୁହେଁ ତିନି ତିନି ଥର ନଦୀରେ ବନ୍ୟା ଆସି ଉଜାଡ଼ି ଦେଇଛି ଧାନ ଫସଲ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଈ ବ୍ଲକ ଅନ୍ତର୍ଗତ ମେହେନ୍ଦିନଗର ଗ୍ରାମ ପଞ୍ଚାୟତ କରାଣ୍ଡିଆ ପାଟଣା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗାଁ ନିକଟରେ ପ୍ରବାହିତ ହେଉଥିବା ଲୁଣା ଓ କରାଣ୍ଡିଆ ନଦୀରେ ଚଳିତ ବର୍ଷ ତିନି ତିନିଥର ବନ୍ୟା ଆସି ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ଦୁଇଟି ନଦୀର ମିଳନ ସ୍ଥଳୀରେ ଥିବା ପୋରାମରା ପାଟରେ ଚାଷ କରିଥିବା ପ୍ରାୟ ୨୦୦ ହେକ୍ଟର ଜମିରେ ସଅଳ ଅମଳକ୍ଷମ ପାଚିଲା ଧାନ ଫସଲ ପାଣିରେ ବୁଡ଼ି ରହିଛି । ପରିସ୍ଥିତି ଏପରି ହୋଇଛି ପାଚିଲା ଧାନ ଜମିରେ ଡଙ୍ଗା ଚାଲୁଛି । ପାଚିଲା ଧାନ ପାଣିରେ ବୁଡ଼ି ରହିବା ଫଳରେ ଗଜା ହୋଇଗଲାଣି । ଧାର କରଜ କରି ଚାଷ କରିଥିବା ଚାଷୀ ଫସଲ ଉଜୁଡ଼ିଯିବାର ଦେଖି ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
କ୍ଷେତରେ ଭାସୁଛି ପାଚିଲା ଧାନ : ଚଷାପୁଅ ଆଖିରେ ଲୁହ , ୨ ଶହ ହେକ୍ଟର ଫସଲ ନଷ୍ଟ
ଥରେ ନୁହେଁ କି ଦୁଇ ଥର ନୁହେଁ ତିନି ତିନି ଥର ନଦୀରେ ବନ୍ୟା ଆସି ଉଜାଡ଼ି ଦେଇଛି ଧାନ ଫସଲ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଈ ବ୍ଲକ ଅନ୍ତର୍ଗତ ମେହେନ୍ଦିନଗର ଗ୍ରାମ ପଞ୍ଚାୟତ କରାଣ୍ଡିଆ ପାଟଣା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
/kanak/media/media_files/2025/09/28/paddy-2025-09-28-09-00-31.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)