ପଞ୍ଚାୟତ ସମିତି ବୈଠକରେ ହୋହାଲ୍ଲା । ବ୍ଲକ କାର୍ଯ୍ୟରେ ଅନିୟମିତତାକୁ ବିରୋଧ କରି ହଙ୍ଗାମା ।

Advertisment

ବୈଠକ ଅଧାରୁ ଉଠିଗଲେ ଉପାଧ୍ୟକ୍ଷଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ।

ବୈଠକ ଅଧାରୁ ଉଠିଗଲେ ଉପାଧ୍ୟକ୍ଷଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ।

ସମିତି ବୈଠକରେ ହୋହାଲ୍ଲା

ସମିତି ବୈଠକରେ ହୋହାଲ୍ଲା Photograph: (kanakNews)

 କନକ ବ୍ୟୁରୋ :  ପଞ୍ଚାୟତ ସମିତି ବୈଠକରେ ହୋହାଲ୍ଲା । ଅଧାରୁ ବନ୍ଦ ହେଲା ବୈଠକ। ଯାଜପୁର ଜିଲ୍ଲା କୋରେଇ ବ୍ଲକର ସପ୍ତମ ପଞ୍ଚାୟତ ସମିତି ବୈଠକ ବସିଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବିଡିଓ ଓ ଉପାଧ୍ୟକ୍ଷଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତି ଥିଲେ।

ବୈଠକ ଆରମ୍ଭରୁ ବ୍ଲକରେ ଉନ୍ନୟନ କାର୍ଯ୍ୟ ବନ୍ଦ, ପୂର୍ବରୁ ସରିଥିବା କାର୍ଯ୍ୟର ବିଲ୍ ପାସ୍ ନକରିବା ଓ ପୂର୍ବ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ ନକରିବା ନେଇ ବିଡ଼ିଓଙ୍କୁ ପ୍ରଶ୍ନ କରିଥିଲେ ଉପାଧ୍ୟକ୍ଷ। ବିଡିଓ ଏହାର ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ସଭା ମଝିରେ ପାଟିତୁଣ୍ଡ ହୋଇଥିଲା। ଉପାଧ୍ୟକ୍ଷଙ୍କ ସମେତ ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ହୋହାଲ୍ଲା କରି କକ୍ଷତ୍ୟାଗ କରିଛନ୍ତି। ଫଳରେ ଅଧାରୁ ବନ୍ଦ ରହିଛି ବୈଠକ। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe