ମାଟ୍ରିକ ପରୀକ୍ଷାରେ କପି ଦେବାକୁ କେନ୍ଦ୍ରକରି ଗଣ୍ଡଗୋଳ : ୨ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ

Advertisment

ମାଟ୍ରିକ ପରୀକ୍ଷାରେ କପି ଦେବାକୁ କେନ୍ଦ୍ରକରି ଦୁଇ ଗାଁ ଯୁବକଙ୍କ ମଧ୍ୟରେ ସଂଘର୍ଷ। କେନ୍ଦୁଝର ଘଷିପୁରା ଥାନା ଅନ୍ତର୍ଗତ ବରିପାଳ ଓ ତରିମୂଳ ଗାଁ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି

Updated On

ମାଟ୍ରିକ ପରୀକ୍ଷାରେ କପି ଦେବାକୁ କେନ୍ଦ୍ରକରି ଦୁଇ ଗାଁ ଯୁବକଙ୍କ ମଧ୍ୟରେ ସଂଘର୍ଷ। କେନ୍ଦୁଝର ଘଷିପୁରା ଥାନା ଅନ୍ତର୍ଗତ ବରିପାଳ ଓ ତରିମୂଳ ଗାଁ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି

ଅଦ୍ୟତନ ହୋଇଛି
MATRIC EXAM

Photograph: (KanakNews )

କନକବ୍ୟୁରୋ : ମାଟ୍ରିକ ପରୀକ୍ଷାରେ କପି ଦେବାକୁ କେନ୍ଦ୍ରକରି ଦୁଇ ଗାଁ ଯୁବକଙ୍କ ମଧ୍ୟରେ ସଂଘର୍ଷ। କେନ୍ଦୁଝର ଘଷିପୁରା ଥାନା ଅନ୍ତର୍ଗତ ବରିପାଳ ଓ ତରିମୂଳ ଗାଁ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି  ।  ବରପାଳ ଗାଁର ୨ ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଘଷିପୁରା ବ୍ଲକ ଦେଓଗାଁ କୁଶଳେଶ୍ୱର ହାଇସ୍କୁଲରେ ଆଜି ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ଛାତ୍ରଙ୍କୁ କପି ଦେବାକୁ କେନ୍ଦ୍ରକରି ଏହି ଘଟଣା ଘଟିଛି  । 

ଆକ୍ରମଣରେ ବରିପାଳ ଗାଁର ଅଭିଷେକ ଦାସ ଗୁରୁତର ହୋଇଥିବା ବେଳେ ସୌମ୍ୟ ରଞ୍ଜନ ଦାସ ମଧ୍ୟ ଆହତ ହୋଇଛନ୍ତି ।  ଘଷିପୁରା ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ମାଟ୍ରିକ ବିଜ୍ଞାନ ପରୀକ୍ଷାରେ କପି କରୁଥିବା ବେଳେ ଧରାପଡିଛନ୍ତି ୭ ଜଣ ପରୀକ୍ଷାର୍ଥୀ  ଏମାନଙ୍କୁ କୌଣସି ସ୍କ୍ୱାଡ଼ ଧରିନାହାନ୍ତି। ଚଳିତବର୍ଷ ପ୍ରଥମ କରି ବୋର୍ଡ ପକ୍ଷରୁ ଲାଗିଥିବା ଏଆଇ କ୍ୟାମେରା ଏମାନଙ୍କୁ ଧରିଛି । ଏହି ୭ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ବୋର୍ଡ କର୍ତ୍ତୃପକ୍ଷ ।

୪ଟି ସ୍କ୍ୱାଡ଼ ସମ୍ବଲପୁର ଜିଲାର ୨୦ଟି ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରିଥିଲେ । ଏଥିରୁ ଦୁଇଟି କେନ୍ଦ୍ରୀୟ ସ୍କ୍ୱାଡ଼ ୫ଟି ଲେଖାଏଁ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ସମ୍ବଲପୁର ଜିଲା ଶିକ୍ଷାଧିକାରୀଙ୍କ ସ୍କ୍ୱାଡ଼ ୩ଟି ଏବଂ ସ୍ଵତନ୍ତ୍ର ସ୍କ୍ୱାଡ଼ ୭ଟି କେନ୍ଦ୍ର ପରିଦର୍ଶନ କରିଥିଲେ। ବିଜ୍ଞାନ ପରୀକ୍ଷାରେ ୭ ଜଣ ପରୀକ୍ଷାର୍ଥୀ କପି କରୁଥିବା ନେଇ ଏଆଇ କ୍ୟାମେରାରୁ ଜଣାପଡିବା ପରେ ଭିନ୍ନ ଭିନ୍ନ ପରୀକ୍ଷାକେନ୍ଦ୍ର କର୍ତ୍ତୃପକ୍ଷ ଏଭଳି ଛାତ୍ରଛାତ୍ରୀଙ୍କୁ ମାଲ ପ୍ରାକ୍ଟିସରେ ପକାଇଥିଲେ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe