କନକବ୍ୟୁରୋ : ଗଣେଷ ପୂଜା ଭସାଣି ବେଳେ ତୁମୁଳ କାଣ୍ଡ। ପୋଲିସ ଆଗରେ ବାଡିଆ ବାଡି । ଏଭଳି ଦୃଶ୍ୟ ଆସିଛି ଖୋର୍ଦ୍ଧା ଜଟଣୀ ଅଞ୍ଚଳରୁ । ଗଣେଶ ପୂଜା ପାଇଁ ପ୍ରସିଦ୍ଧ ଜଟଣୀ , ଚଳିତ ବର୍ଷ  ଛୋଟ ବଡ଼ ମିଶି ୨୨୫ଟି ମଣ୍ଡପ ହୋଇଥିଲା । ଶାନ୍ତି ଶୃଙ୍ଖଳାର ସହ ପୂଜା, ଭଷାଣ ଉତ୍ସବ ପାଇଁ ପ୍ରସ୍ତୁତି ହୋଇଥିଲା ,ପୁଜା କମିଟି ଗୁଡିକ ମଧ୍ୟ ସଜାଗ ଥିଲେ ।

Advertisment

ମାତ୍ର ଏହାରି ଭିତରେ ଭଷାଣ ସମୟରେ ଦେଖିବାକୁ ମିଳିଥିଲା ଉତ୍ତେଜନ ।  ରାଜା ବଜାର ପୂଜା କମିଟିର ଭାଷାଣ ଚାଲି ଥିବା ବେଳେ  କିଛି ଯୁବକ ମାରପିଟ କରୁଥିବାର ଦେଖିବାକୁ ମିକିଥିଲା । ଭାଷାଣି ମଧ୍ୟରେ ପଶି ନିସ୍ତୁକ ମାଡ଼ ମାରି ଚାଲିଥିଲେ ଯୁବକମାନେ ।

ଏହି ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଉତେଜନା ଦେଖାଯାଇଥିଲା , ପୋଲିସ ସମସ୍ତ ତଦାରଖର ଦାଇତ୍ୱ ନେଇଥିଲେ ବି ଉତ୍ତେଜନାକୁ ଆୟତ କରିବାରେ ବିଫଳ ହୋଇଥିଲା । ପରେ ଥାନାରେ ଅଭିଯୋଗ ପରେ ବି କାର୍ୟ୍ୟାନୁଷ୍ଠାନ ନିଆ ନଯିବାକୁ ଏନେଇ ଅନେକ କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି