କନକବ୍ୟୁରୋ : କଂଗ୍ରେସ ସମାବେଶରେ ଗଣ୍ଡଗୋଳ ମାମଲା, ୩ଟି ମାମଲାରେ ଗିରଫ ହେବେ ଆନ୍ଦୋଳନକାରୀ ।  ଗୁରୁବାର ଗାନ୍ଧୀମାର୍ଗରେ ଅନୁଷ୍ଠିତ କଂଗ୍ରେସ ସମାବେଶରେ ହୋଇଥିବା ଗଣ୍ଡଗୋଳକୁ ନେଇ କମିଶନରେଟ ପୋଲିସ  ୩ଟି ମାମଲା ରୁଜୁ କରିଛି ।   କ୍ୟାପିଟାଲ ଥାନାରେ ହୋଇଥିବା ୩ଟି ମାମଲା କେସ ନଂ-୧୨୮, ୧୨୯ ଓ ୧୩୦ରେ ସମ୍ପୃକ୍ତ ଗଣ୍ଡଗୋଳକାରୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଜଣାପଡିଛି । ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରିବାକୁ ଡିଜିପି ୱାଇବି ଖୁରାନିଆ ନିର୍ଦ୍ଦେଶ ଦେବା ପରେ ପୁଲିସ ସିସିଟିଭି ଓ ଭିଡ଼ିଓ ଯାଞ୍ଚ କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବାରେ ଲାଗିଛି ।

Advertisment

୨୬ ତାରିଖ ରାତିରେ ବିଧାନସଭା ଗେଟ୍ ନଂ-୩ରେ କଂଗ୍ରେସ ନେତା ଓ କର୍ମୀଙ୍କ ଧାରଣାକୁ ନେଇ କ୍ୟାପିଟାଲ ଥାନରେ ପୁଲିସ କେସ ନଂ-୧୨୮ରେ ମାମଲା ରୁଜୁ କରିଛି  ।  ବିଏନଏସ ଧାରା୧୮୯(୨)/୨୨୧/୨୯୬/୧୩୨/୧୯୦ ସହ ୯୬ ଓୟୁପି ଆକ୍ଟ ଲଗାଇ ପୋଲିସ  ମାମଲା ରୁଜୁ କରିଛି । ସେହିପରି ୨୭ ତାରିଖ ଦିନ କଂଗ୍ରେସ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ କିଛି ଗଣ୍ଡଗୋଳକାରୀ ପୋଲିସ  ଭ୍ୟାନରେ ନିଆଁ ଲଗାଇଦେଇଥିଲେ ।  

ଏହି ଘଟଣାକୁ ନେଇ କେସ୍ ନଂ ୧୨୯ ଓ ବିଏନଏସ ଧାରା ୩୨୭ରେ ମାମଲା ରୁଜୁ ହୋଇଛି । ଏହାବାଦ ଗଣ୍ଡଗୋଳକାରୀ ମାନେ ବିକ୍ଷୋଭ ସମୟରେ କାର୍ଯ୍ୟରତ ପୋଲିସ  ଅଧିକାରୀ ଓ କର୍ମଚାରୀଙ୍କୁ ଟେକା, ପଥର, ଚେୟାର, ପାଣିବୋତଲ ମାଡ଼ କରିଥିଲେ ।  ଏହାକୁ ନେଇ ମଧ୍ୟ ବିଏନଏସର ବିଭିନ୍ନ ଧାରାରେ ପୋଲିସ  ମାମଲା ମାମଲା ରୁଜୁ କରିଛି ।  

 

କି କି ଦଫା ଲଗାଇଛି ପୋଲିସ୍?
-କଂଗ୍ରେସ ସମାବେଶରେ ଗଣ୍ଡଗୋଳ ମାମଲା
-୩ଟି ମାମଲାରେ ଗିରଫ ହେବେ ଆନ୍ଦୋଳନକାରୀ
-କେସ ନଂ-୧୨୮, ୧୨୯ ଓ ୧୩୦ରେ ୩ଟି ମାମଲା ରୁଜୁ
-ସିସିଟିଭି ଓ ଭିଡ଼ିଓ ଯାଞ୍ଚ କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରୁଛି ପୋଲିସ 
-ବିଧାନସଭା ଗେଟ୍ ନଂ-୩ରେ କଂଗ୍ରେସ ନେତା ଓ କର୍ମୀଙ୍କ ଧାରଣାକୁ ନେଇ ମାମଲା
-ଧାରା୧୮୯(୨)/୨୨୧/୨୯୬/୧୩୨/୧୯୦ରେ ମାମଲା
-୯୬ ଓୟୁପି ଆକ୍ଟ ଲଗାଇ ପୋଲିସ  ମାମଲା ରୁଜୁ କରିଛି

ପୁଲିସ ଭ୍ୟାନରେ ନିଆଁ ଲଗାଇବା ଘଟଣାରେ ବିଏନଏସ ଧାରା ୩୨୭ରେ ମାମାଲା ,  ସେପଟେ ଏହି ସମାବେଶରେ କଂଗ୍ରେସ କର୍ମୀଙ୍କ ଉପରେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ମାନବଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ଆଇନଜୀବୀ  । ପୋଲିସ ଡିଜି , ସିପି ଓ ଡିସିପିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆବେଦନ କରାଯାଇଛି । ପଦର ଅପବ୍ୟବହାର କରିଥିବା ଅଭିଯୋଗ ଆହତଙ୍କ ଖର୍ଚ୍ଚ ସରକାର ବହନ କରିବା ପାଇଁ ମାନବାଧିକାର କମିଶନଙ୍କ ପାଖରେ ଦାବି ରଖିଛନ୍ତି ଦୁଇ ଆଇନଜୀବୀ ସୌମ୍ୟକାନ୍ତ ଖୁଣ୍ଟିଆ ଓ ଲଲାଟେନ୍ଦୁ ଦାସ। 
--