ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ ଘଟଣା: ଆଇଡି କାର୍ଡ ନଥିଲେ କ୍ୟାମ୍ପସକୁ ପ୍ରବେଶ ନିଷେଧ

ଶୃଙ୍ଖଳା କମିଟି ବୈଠକ ପରେ ୫ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୨୪ ଘଣ୍ଟାରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ।

2

Photograph: (kanak news)

କନକ ବ୍ୟୁରୋ: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ ଘଟଣାରେ ବସିଥିବା ଶୃଙ୍ଖଳା କମିଟି ବୈଠକରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏଣିକି ଆଇଡି କାର୍ଡ ନଥିଲେ କ୍ୟାମ୍ପସକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ସେହିପରି ସନ୍ଧ୍ୟା ୫ଟା ପରେ କ୍ୟାମ୍ପସ ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ ବୋଲି କୁଳପତି କହିଛନ୍ତି। ଶୃଙ୍ଖଳା କମିଟି ବୈଠକ ପରେ ୫ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୨୪ ଘଣ୍ଟାରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଘଣ୍ଟାଏ କାଳ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ କରିବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ବୈଠକରେ ଆଲୋଚନା ହୋଇଛି। ଭଞ୍ଜବିହାରରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ଛାତ୍ର-ଅଣଛାତ୍ର ମୁହାଁମୁହିଁ ହେବା ପରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe