ଦିଲ୍ଲୀରେ ଅସ୍ତ୍ରୋପ୍ରଚାର ବେଳେ ବଦଳିଯାଇଛି ପରିଚୟ । ଯୁବକରୁ ଯୁବତୀ ପାଲିଟିଛନ୍ତି ବାଲେଶ୍ୱରର ରିଙ୍କି ବାରିକ

Advertisment

ପ୍ରଥମେ ପରିବାର ଲୋକ ବିରୋଧ କରୁଥିଲେ। ତେଣୁ ପାଠପଢା ସରିବା ଯାଏଁ ପୁଅ ବେଶରେ ରହି ଝିଅ ହେବାର ଅନୁଭବରେ ବଂଚୁଥିଲେ। ପାଠପଢ଼ା ସରିବା ପରେ କୋଲକାତାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କୋଲକାତାର ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଅସ୍ତ୍ରପଚାର ମାଧ୍ୟମରେ ପୁଅରୁ ଝିଅ ହୋଇପାରିବ!

ପ୍ରଥମେ ପରିବାର ଲୋକ ବିରୋଧ କରୁଥିଲେ। ତେଣୁ ପାଠପଢା ସରିବା ଯାଏଁ ପୁଅ ବେଶରେ ରହି ଝିଅ ହେବାର ଅନୁଭବରେ ବଂଚୁଥିଲେ। ପାଠପଢ଼ା ସରିବା ପରେ କୋଲକାତାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କୋଲକାତାର ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଅସ୍ତ୍ରପଚାର ମାଧ୍ୟମରେ ପୁଅରୁ ଝିଅ ହୋଇପାରିବ!

191

କନକ ବ୍ୟୁରୋ :  ବାଲେଶ୍ୱର ଜଳେଶ୍ୱର ବ୍ଲକ ନମୋକନା ଗାଁର ରବିନ୍ଦ୍ର ବାରିକଙ୍କ ମଝିଆଁ ପୁଅ ଅଜୟ ବାରିକ।ପୁଅ ହୋଇ ଜନ୍ମ ହୋଇଥିଲେ ମଧ୍ୟ ପିଲାଟି ଦିନରୁ ଝିଅଙ୍କ ଭଳି ଆଚରଣ କରୁଥିଲେ।ଝିଅମାନଙ୍କ ସହିତ ସାଙ୍ଗ ହେବାକୁ ପସନ୍ଦ କରୁଥିଲେ। ନିଜକୁ ଜଣେ ଝିଅ ଭାବି ସମସ୍ତ କାର୍ୟ୍ୟ କରୁଥିଲେ। ବୟସ ବଢିବା ପରେ ପୁଅ ଶରୀରର ପରିବର୍ତନ ପାଇଁ ନିଷ୍ପତି ନେଇଥିଲେ। ନିଜ ଶରୀରରେ ଝିଅଙ୍କ ହରମୋନ ପ୍ରବାହିତ ହେଉଥିବା ଡାକ୍ତରଙ୍କ ଠାରୁ ଜାଣିବା ପରେ ଝିଅ ହେବାର ଇଚ୍ଛା ଆହୁରି ବଢ଼ିଗଲା। ଦିଲ୍ଲୀରେ ଅସ୍ତ୍ରୋପଚାର କରି ଅଜୟରୁ ରିଙ୍କି ବାରିକ ପାଲଟିଯାଇଛନ୍ତି। 

ପ୍ରଥମେ ପରିବାର ଲୋକ ବିରୋଧ କରୁଥିଲେ। ତେଣୁ ପାଠପଢା ସରିବା ଯାଏଁ ପୁଅ ବେଶରେ ରହି ଝିଅ ହେବାର ଅନୁଭବରେ ବଂଚୁଥିଲେ। ପାଠପଢ଼ା ସରିବା ପରେ କୋଲକାତାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କୋଲକାତାର ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଅସ୍ତ୍ରପଚାର ମାଧ୍ୟମରେ ପୁଅରୁ ଝିଅ ହୋଇପାରିବ! ଏକଥା ଜାଣିବା ପରେ ନିଜ ଶରୀରରେ ଝିଅଙ୍କ ହରମନ ବୃଦ୍ଧି ପାଇଁ ଔଷଧ ଖାଇଲେ। ଧିରେ ଧିରେ ଶରୀରିକ ଗଠନରେ ପରିବର୍ତ୍ତନ ଆସିଲା। ୨୦୨୨ ଡିସେମ୍ବରରେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଇଥିଲେ। ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚରେ ଅଜୟ ବାରିକରୁ ରିଙ୍କି ବାରିକକୁ ପରିବର୍ତ୍ତନ ହୋଇଛନ୍ତି। 

ଅନେକ ସମୟରେ କନ୍ୟା ଭୃଣହତ୍ୟା ଭଳି ଘଟଣା ନଜରକୁ ଆସୁଛି। ନାରୀ ସୁରକ୍ଷିତ ନୁହନ୍ତି। ବାରମ୍ୱାବ ଦୁଷ୍କର୍ମ, ନିର୍ୟ୍ୟାତନା ଖବର ଆସୁଛି। ଏଭଳି ସ୍ଥିତିରେ ଜଣେ ନାରୀ ହିଁ ନାରୀ କଥା ବୁଝି ପାରିବ ତେଣୁ ନିଜକୁ ନାରୀ ଭାବେ ବଦଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe