ରାହୁଲ ଗାନ୍ଧୀଙ୍କୁ ରିଜିଜୁଙ୍କ ସମାଲୋଚନା : ଜାତୀୟ ସୁରକ୍ଷା ପ୍ରସଙ୍ଗରେ ରାଜନୀତି ନ ହେଉ

Advertisment

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଅରୁଣାଚଳ ପ୍ରଦେଶ ଗସ୍ତରେ ଥିବାବେଳେ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଅରୁଣାଚଳ ପ୍ରଦେଶ ଗସ୍ତରେ ଥିବାବେଳେ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ।

16bbs_15_16022026_111

Photograph: (kanaknews)

କନକବ୍ୟୁରୋ : କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଅରୁଣାଚଳ ପ୍ରଦେଶ ଗସ୍ତରେ ଥିବାବେଳେ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ।  ସୋମବାର ରିଜିଜୁ ଭାରତ-ଚୀନ ସୀମାର ବୁମଲା ପାସ୍‌ ବୁଲି ଦେଖିଥିଲେ। ରିଜିଜୁ ଏହି ଅବସରରେ ଗଲୱାନ ଉପତ୍ୟାକାରେ ସଂଘର୍ଷ କଥା ଉଠାଇ କହିଛନ୍ତି ଯେ, ରାହୁଲ ଗାନ୍ଧୀ ସୀମା ପ୍ରସଙ୍ଗ ବିଷୟରେ କିଛି ଜାଣନ୍ତି ନାହିଁ ।  ସୀମା ସୁରକ୍ଷା ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ତାଙ୍କର ଏ ସମ୍ପର୍କିତ ଜ୍ଞାନ ରହିବା ଉଚିତ । 

ଅଧିକ ପଢନ୍ତୁ : ଏସ୍‌ପି ନେତାଙ୍କ ଚଳନ୍ତା କାର ଉପରେ ପଡ଼ିଲା ବିରାଟ ଖୁଣ୍ଟ : ଘଟଣା ସ୍ଥଳରେ ମୃତ୍ୟୁ

ସଂସଦରେ ରାହୁଲ ଗାନ୍ଧୀ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମଏମ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀରୁ କିଛି ଅଂଶ ଉଦ୍ଧୃତ କରି ଗଲୱାନ ବିବାଦକୁ ସରକାର ଭୁଲ ଭାବରେ ପରିଚାଳନା କରିଥିଲେ ବୋଲି ଅଭିଯୋଗ କରିଥିଲେ ।  ଏହି ପୁସ୍ତକ ରାଜନୈତିକ ନେତୃତ୍ୱର ନିଷ୍କ୍ରିୟତାକୁ ସୂଚିତ କରୁଛି ଏବଂ ପ୍ରଧାନମନ୍ତ୍ରୀ ନରବଣେଙ୍କୁ ତୁମେ ଯାହା ଠିକ୍ ବୋଲି ଭାବୁଛ ତାହା କର ବୋଲି କହିଥିଲେ ବୋଲି ରାହୁଲ ଅଭିଯୋଗ କରିଥିଲେ  । ସରକାର ଏହି ମନ୍ତବ୍ୟ ଏବଂ ପୁସ୍ତକର ବ୍ୟବହାର ଉପରେ କଡ଼ା ଆପତ୍ତି କରିଥିଲେ। ଏକ ଅପ୍ରକାଶିତ ପୁସ୍ତକରୁ ଉଦ୍ଧୃତି ସଂସଦୀୟ ନିୟମର ଉଲ୍ଲଂଘନ କରେ ଓ ଜାତୀୟ ସୁରକ୍ଷା ଓ ସ୍ୱାର୍ଥ ବିରୋଧରେ ହୋଇଥିବାରୁ ବାଚସ୍ପତି ଓମ୍‌ ବିର୍ଲା ରାହୁଲ ଗାନ୍ଧୀଙ୍କୁ ପୁସ୍ତକର 

ବିଷୟବସ୍ତୁ ଉପରେ ମନ୍ତବ୍ୟ ଦେବାକୁ ବାରଣ କରିଥିଲେ।

ରିଜିଜୁ କହିଥିଲେ, ଏହି ମାମଲା ଜାତୀୟ ସୁରକ୍ଷା ସହିତ ଜଡିତ ଥିବାରୁ କଂଗ୍ରେସ ନେତା ଏହାର ରାଜନୀତିକରଣ କରିବାକୁ ଉଦ୍ୟମ କରିବା ଉଚିତ୍ ନଥିଲା। ଏକ ଗଣମାଧ୍ୟମ ସଂସ୍ଥାକୁ ରିଜିଜୁ କହିଛନ୍ତି, ଏକ ଅପ୍ରକାଶିତ ପୁସ୍ତକ ସମ୍ପର୍କରେ ଆଲୋଚନା କରିବାର ଅର୍ଥ କ’ଣ? ଏହା ଜାତୀୟ ସୁରକ୍ଷାର ବିଷୟ ଏବଂ ଆମକୁ ଏହାକୁ ଗମ୍ଭୀରତାର ସହିତ ବିଚାର କରିବାକୁ ପଡିବ। ଦେଶର ସୁରକ୍ଷା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ଏବଂ ଏହାକୁ ରାଜନୈତିକ ପ୍ରସଙ୍ଗରେ ପରିଣତ କରାଯିବା ଉଚିତ୍ ନୁହେଁ। ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯିବା ପ୍ରସଙ୍ଗରେ ରିଜିଜୁ କହିଛନ୍ତି, ଏହାଦ୍ବାରା କିଛି ହେବ ନାହିଁ। ମହାଭିଯୋଗ ପ୍ରସ୍ତାବ ପାରିତ କରିବାକୁ ସେମାନଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ସେମାନେ ଏହାକୁ କେବଳ ଏକ ପ୍ରସଙ୍ଗ କରିବାକୁ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe