ବର୍ଷାରେ ବେହାଲ ମହାନଗରୀ, ସେପଟେ ଜଳ ଜଳ ଦିଶିଲାଣି ମହାୟୁତି ମେଣ୍ଟରେ ଫାଟ

ମହାରାଷ୍ଟ୍ର ବନ୍ୟାକୁ ନେଇ ଯେତେବେଳେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ସେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏହାର ମୁକାବିଲା ପାଇଁ କ୍ୟାବିନେଟ୍ ବୈଠକ ଡାକିଛନ୍ତି । ଏହି କ୍ୟାବିନେଟ ବୈଠକରେ ବିଜେପିର ମନ୍ତ୍ରୀମାନେ ଯୋଗ ଦେଇଥିବା ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅନୁପସ୍ଥିତ ଅଛନ୍ତି । ତାଙ୍କୁ ବୈଠକକୁ ଡକାଯାଇ ନାହିଁ ନା ସେ ବୈଠକକୁ ଯାଇ ନାହାଁନ୍ତି ତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

13

କନକ ବ୍ୟୁରୋ : ମହାରାଷ୍ଟ୍ର ମହାୟୁତି ମେଣ୍ଟରେ ସବୁକିଛି ଠିକ୍ ନାହିଁ । ଗୋଟେ ପଟେ ଏସିଆ ମହାଦେଶର ସବୁଠାରୁ ବଡ଼ ମହାନଗରନିଗମ ମୁମ୍ବାଇରେ ଜଳ ପ୍ରଳୟ ଜାରି ରହିଥିବା ବେଳେ ସେପଟେ ମେଣ୍ଟ ସରକାରରେ ଫାଟ ଜଳ ଜଳ ଦିଶିଲାଣି । କିଛି ଦିନର ବର୍ଷା ଫଳରେ ମହାରାଷ୍ଟ୍ର ଏବେ ଜଳମଗ୍ନ । ବିଶେଷ କରି ମୁମ୍ବାଇ ସହରରେ ଜଳ ପ୍ରଳୟ ପୁରା ଦେଶକୁ ଚିକିତ କରିଛି । ଗାଡି ଭାସୁଛି, ରାସ୍ତାରେ ସମୁଦ୍ର ଭଳି ପାଣି ପ୍ରବାହିତ ହେଉଛି, ଜନଜୀବନ ତ୍ରାହି ତ୍ରାହି ଡାକୁଛି । ହେଲେ ସରକାରୀ କଳରେ ଥିବା ଫାଟ ଏବେ ଏସବୁ ଉପରେ ଭାରି ପଡ଼ୁଛି । 

ମହାରାଷ୍ଟ୍ର ବନ୍ୟାକୁ ନେଇ ଯେତେବେଳେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ସେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏହାର ମୁକାବିଲା ପାଇଁ କ୍ୟାବିନେଟ୍ ବୈଠକ ଡାକିଛନ୍ତି । ଏହି କ୍ୟାବିନେଟ ବୈଠକରେ ବିଜେପିର ମନ୍ତ୍ରୀମାନେ ଯୋଗ ଦେଇଥିବା ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅନୁପସ୍ଥିତ ଅଛନ୍ତି । ତାଙ୍କୁ ବୈଠକକୁ ଡକାଯାଇ ନାହିଁ ନା ସେ ବୈଠକକୁ ଯାଇ ନାହାଁନ୍ତି ତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ହେଲେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୁକାବିଲା ବୈଠକରେ ଖୁଦ୍ ଉପମୁଖ୍ୟମନ୍ତ୍ରୀ ଯୋଗ ନଦେବାକୁ ନେଇ ମହାରାଷ୍ଟ୍ର ରାଜନୀତି ବେଶ୍ ସରଗରମ ହୋଇଛି । 

ଏହା ପୂର୍ବରୁ ବି ମୁଖ୍ୟମନ୍ତ୍ରୀ ଡାକିଥିବା ଏକ କ୍ୟାବିନେଟ୍ ବୈଠକରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପହଂଚିନଥିଲେ । ଏହାକୁ ନେଇ ଆଲୋଚନା ହେଉଛି କି, ମହାରାଷ୍ଟ୍ର ମହାୟୁତି ମେଣ୍ଟରେ ସବୁକିଛି ଠିକ୍ ନାହିଁ । ସେପଟେ ଅଗଷ୍ଟ ୬ ତାରିଖରେ ଏକନାଥ ସିନ୍ଦେଙ୍କ ଦିଲ୍ଲୀ ଗସ୍ତକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଥିଲା । ସିନ୍ଦେ ତାଙ୍କ ପରିବାର ସହ ଦିଲ୍ଲୀ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିଥିଲେ । ଏହାକୁ ନେଇ ସିନ୍ଦେ କହିଥିଲେ କି ବର୍ଷାକାଳୀନ ଅଧିବେଶନ ଚାଲିଥିବାରୁ ସେ କିଛି ପ୍ରସଙ୍ଗରେ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିବାକୁ ଦିଲ୍ଲୀ ଯାଇଥିଲେ । 

କେବଳ ଏହି କିଛି ଘଟଣା ନୁହେଁ, ସ୍ୱାଧୀନତା ଦିବସରେ ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ଥାଇ ମଧ୍ୟ ସେହିଦିନ ସେ କାଶ୍ମୀର ଚାଲିଯିବା କଥାକୁ ସହଜରେ ରାଜନୈତିକ ବିଶ୍ଳେଷକମାନେ ଗ୍ରହଣ କରିପାରିନାହାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe