କନକ ବ୍ୟୁରୋ : ମହାରାଷ୍ଟ୍ର ମହାୟୁତି ମେଣ୍ଟରେ ସବୁକିଛି ଠିକ୍ ନାହିଁ । ଗୋଟେ ପଟେ ଏସିଆ ମହାଦେଶର ସବୁଠାରୁ ବଡ଼ ମହାନଗରନିଗମ ମୁମ୍ବାଇରେ ଜଳ ପ୍ରଳୟ ଜାରି ରହିଥିବା ବେଳେ ସେପଟେ ମେଣ୍ଟ ସରକାରରେ ଫାଟ ଜଳ ଜଳ ଦିଶିଲାଣି । କିଛି ଦିନର ବର୍ଷା ଫଳରେ ମହାରାଷ୍ଟ୍ର ଏବେ ଜଳମଗ୍ନ । ବିଶେଷ କରି ମୁମ୍ବାଇ ସହରରେ ଜଳ ପ୍ରଳୟ ପୁରା ଦେଶକୁ ଚିକିତ କରିଛି । ଗାଡି ଭାସୁଛି, ରାସ୍ତାରେ ସମୁଦ୍ର ଭଳି ପାଣି ପ୍ରବାହିତ ହେଉଛି, ଜନଜୀବନ ତ୍ରାହି ତ୍ରାହି ଡାକୁଛି । ହେଲେ ସରକାରୀ କଳରେ ଥିବା ଫାଟ ଏବେ ଏସବୁ ଉପରେ ଭାରି ପଡ଼ୁଛି । 

Advertisment

ମହାରାଷ୍ଟ୍ର ବନ୍ୟାକୁ ନେଇ ଯେତେବେଳେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ସେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏହାର ମୁକାବିଲା ପାଇଁ କ୍ୟାବିନେଟ୍ ବୈଠକ ଡାକିଛନ୍ତି । ଏହି କ୍ୟାବିନେଟ ବୈଠକରେ ବିଜେପିର ମନ୍ତ୍ରୀମାନେ ଯୋଗ ଦେଇଥିବା ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅନୁପସ୍ଥିତ ଅଛନ୍ତି । ତାଙ୍କୁ ବୈଠକକୁ ଡକାଯାଇ ନାହିଁ ନା ସେ ବୈଠକକୁ ଯାଇ ନାହାଁନ୍ତି ତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ହେଲେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୁକାବିଲା ବୈଠକରେ ଖୁଦ୍ ଉପମୁଖ୍ୟମନ୍ତ୍ରୀ ଯୋଗ ନଦେବାକୁ ନେଇ ମହାରାଷ୍ଟ୍ର ରାଜନୀତି ବେଶ୍ ସରଗରମ ହୋଇଛି । 

ଏହା ପୂର୍ବରୁ ବି ମୁଖ୍ୟମନ୍ତ୍ରୀ ଡାକିଥିବା ଏକ କ୍ୟାବିନେଟ୍ ବୈଠକରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପହଂଚିନଥିଲେ । ଏହାକୁ ନେଇ ଆଲୋଚନା ହେଉଛି କି, ମହାରାଷ୍ଟ୍ର ମହାୟୁତି ମେଣ୍ଟରେ ସବୁକିଛି ଠିକ୍ ନାହିଁ । ସେପଟେ ଅଗଷ୍ଟ ୬ ତାରିଖରେ ଏକନାଥ ସିନ୍ଦେଙ୍କ ଦିଲ୍ଲୀ ଗସ୍ତକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଥିଲା । ସିନ୍ଦେ ତାଙ୍କ ପରିବାର ସହ ଦିଲ୍ଲୀ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିଥିଲେ । ଏହାକୁ ନେଇ ସିନ୍ଦେ କହିଥିଲେ କି ବର୍ଷାକାଳୀନ ଅଧିବେଶନ ଚାଲିଥିବାରୁ ସେ କିଛି ପ୍ରସଙ୍ଗରେ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିବାକୁ ଦିଲ୍ଲୀ ଯାଇଥିଲେ । 

କେବଳ ଏହି କିଛି ଘଟଣା ନୁହେଁ, ସ୍ୱାଧୀନତା ଦିବସରେ ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ଥାଇ ମଧ୍ୟ ସେହିଦିନ ସେ କାଶ୍ମୀର ଚାଲିଯିବା କଥାକୁ ସହଜରେ ରାଜନୈତିକ ବିଶ୍ଳେଷକମାନେ ଗ୍ରହଣ କରିପାରିନାହାନ୍ତି ।