କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନୱାବ ମଲ୍ଲିକଙ୍କ ବିଧାନସଭା ପ୍ରାର୍ଥିତ୍ବକୁ ନେଇ ଦୁଇ ମେଂଟ ସାଥୀ ବିଜେପି ଓ ଏନସିପି ଅଜିତ ପାୱାରଙ୍କ ଦଳ ମଧ୍ୟରେ ବଡ ମତଭେଦ ଦେଖାଦେଇଛି।ଏହି ମତଭେଦ ଶାସନ ମେଣ୍ଟ ମହାୟୁତି ଓ ଏଥରକ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ଦେଖାଦେଲାଣି
ପୂର୍ବରୁ ଦାଉଦ ସହ ସର୍ମ୍ପକରେ ନୱାବ ମଲ୍ଲିକଙ୍କ ଗିରଫଦାରୀକୁ ଖୋଲାଖୋଲି ସମର୍ଥନ କରିଥିବା ବିଜେପି ଏବେ ତାଙ୍କ ଏନସିପି ପ୍ରାଥୀତ୍ବକୁ ନେଇ ଅଡୁଆରେ ପଡିଛି । ହିନ୍ଦୁବାଦୀ ଛବିକୁ ମଳିନି ନକରିବାକୁ ଯାଇ ବିଜେପି ନୱାବଙ୍କୁ ଟିକେଟ ନଦେବାକୁ ଅଜିତ ପାୱାରଙ୍କ ଉପରେ ଚାପ ପକାଇଥିଲା । ମାତ୍ର ଆସନଭାଗବଂଟାରେ ବିଜେପି ପ୍ରତି କୋହଳ ମନୋଭାବକୁ ନେଇ ନିଜ ଦଳୀୟ କର୍ମୀମାନଙ୍କ ଦ୍ବାରା ଅଜିତ ପାୱର ଚାପରେ ଅଛନ୍ତି । ଏହି ସମୟରେ ନୱାବଙ୍କୁ ଦଳୀୟ ଟିକେଟ ଦେଇ ବିଜେପି ପ୍ରତି ଦୃଢ ମନୋଭାବନାର ପରିଚୟ ଦେଇଛନ୍ତି ବୋଲି କୁହାଯାଉଛି । ମାତ୍ର ବିଜେପି ଏହାକୁ ଏତେ ସହଜରେ ଗ୍ରହଣ କରିବା ସ୍ଥିତିରେ ନାହିଁ ।
ନୱାବଙ୍କ ପ୍ରାର୍ଥୀତ୍ବନେଇ ଏନସିପି ଓ ବିଜେପି ମଧ୍ୟରେ ଟଣାଓଟରାକୁ ଉଦ୍ଧବ ଠାକରେଙ୍କ ଶିବସେନା ତାତ୍ସଲ୍ୟ କରିବା ସ୍ବାଭାବିକ । ଏହା ପୂର୍ବରୁ ଦାଉଦ ସର୍ମ୍ପକକୁ ନେଇ ନୱାବଙ୍କୁ ବିରୋଧ କରୁଥିବା ବିଜେପି ଏବେ କ୍ଷମତା ପାଇଁ ତାଙ୍କୁ ସମର୍ଥନ କରୁଛି ବୋଲି ଶିବସେନା କହିବାକୁ ପଛାଇନି । ସେପଟେ ନୱାବ କହିଛନ୍ତି ଅଜିତ ପାୱାରଙ୍କ ଇଚ୍ଛାକ୍ରମେ ସେ ନିର୍ବାଚନ ଲଢ଼ିଛନ୍ତି ।
ମନଖୁଢ଼ ଶିବାଜୀନଗରରେ ନୱାବ ମଲ୍ଲିକଙ୍କୁ ସ୍ଥାନୀୟ ବିଜେପି ମଧ୍ୟ ବିରୋଧ କରୁଛି । ନୱାବଙ୍କ ବଦଳରେ ବିଜେପି, ଶିବସେନା ସିନ୍ଦେ ଗୋଷ୍ଠୀର ସୁରେଶ କ୍ରିଷ୍ଣା ପାଟିଲ ଓ ରଫ ବୁଲେଟ ପାଟିଲଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛି ।ଏହା ବ୍ୟତିତ ନୱାବଙ୍କ ବିରୋଧରେ ମୁଖ୍ୟ ପ୍ରତିଦ୍ବନ୍ଦି ହେଉଛନ୍ତି ଏମଭିଏ ସମର୍ଥିତ ସମାଜବାର୍ଦି ପାର୍ଟିର ରାଜ୍ୟ ସଭାପତି ଅବୁ ଆଜମୀ । ମେଂଟ ସଦସଦ୍ୟ ବିଜେପି ଓ ଶିବସେନା ବିରୋଧ ପରେ ଶିବାଜୀନଗରରୁ ତିନିଥର ବିଧାୟକ ଅବୁ ଆଜମୀଙ୍କୁ ବିରୋଧରେ ପ୍ରତିନ୍ଦିତା କରିବା ନୱାବ ମଲ୍ଲିକଙ୍କ ପାଇଁ କଷ୍ଟକର ହୋଇପାରେ ।