କନକବ୍ୟୁରୋ : ମହଙ୍ଗା ପଡ଼ିଲା ବିନା ହେଲମେଟରେ ଗାଡ଼ି ଚଳାଇ ରିଲ୍ସ କରିବା । ଗାଡ଼ି ଜବତ ସହ ଜୋରିମାନା କଲା ଆରଟିଓ । ଜଣେ ଯୁବତୀ ବିନା ହେଲମେଟରେ ବେପରୁଆ ଭାବେ ଗାଡ଼ି ଚଳାଇବା ସହ ରିଲ୍ସ କରୁଥିବା ନେଇ ଟ୍ବିଟ୍ କରି ଆରଟିଓକୁ ଜଣାଇଥିଲେ ନାରାୟଣ ବିଶ୍ବାଳ ନାମକ ଜଣେ ବ୍ୟକ୍ତି ।
ସ୍କୁଟି ନମ୍ବର ସହ ଯୁବତୀଙ୍କ ଫଟୋ ୟୋର କରିବା ସହ ଏମଭି ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଯାହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆରଟିଓ-୨ଙ୍କୁ ନିର୍ଦ୍ଦେଶ ଦେଇଥିଲେ ପରିବହନ ଆୟୁକ୍ତ ।
ଏହାପରେ ଯୁବତୀଙ୍କ ସ୍କୁଟି ଜବତ କରିଛି ଭୁବନେଶ୍ବର ବଡ଼ଗଡ଼ ଥାନା ପୋଲିସ । ଏନେଇ ପରିବହନ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/25/K6OQ4Ldx7YvhiNGujq5l.jpg)