କନକ ବ୍ୟୁରୋ: ସଡ଼କ ଦୁର୍ଘଟଣା ଏବେ ସବୁଠୁ ଚିନ୍ତାର କାରଣ ପାଲଟିଛି । ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କ ସହ ପଛରେ ବସୁଥିବା ବ୍ୟକ୍ତିଙ୍କ ଭିତରେ ସଚେତନତାର ଅଭାବ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଦୁଇଚକିଆ ଗାଡ଼ି ଚାଳକ ଓ ପଛରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । କିନ୍ତୁ ଏହି ନିୟମ ନମାନି ବେପରୁଆ ଭାବେ ଗାଡ଼ି ଚଲାଇବା କାରଣରୁ ଯାଉଛି ଅନେକ ଜୀବନ । ହେଲମେଟ୍ ନପିନ୍ଧବା କାରଣରୁ କେବଳ ୨୦୨୪ରେ ମୋଟ ୧୬୯୬ ଜୀବନ ଯାଇଛି । ୨୦୨୪ରେ ରାଜ୍ୟରେ ହୋଇଥିବା ମୋଟ ସଡ଼କ ଦୁର୍ଘଟଣା ଓ ସେଥିରେ ହୋଇଥିବା ମୃତ୍ୟୁ ସଂଖ୍ୟା ପରିସଂଖ୍ୟାନରୁ ଏହି ତଥ୍ୟସାମ୍ନାକୁ ଆସିଛି ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ମୁ୍ଣ୍ଡରେ ଆଘାତ ଯୋଗୁଁ ଘଟିଥିବା ଜଣାପଡ଼ିଛି । ଗତ ୩ ବର୍ଷର ରେକର୍ଡ ଦେଖିଲେ, ହେଲମେଟ୍ ନପିନ୍ଧିଥିବାରୁ ୫୧୬୦ଟି ଜୀବନ ଯାଇଛି । ହେଲେମେଟ୍ ନପିନ୍ଧିବାରୁ ଲୋକେ ଫାଇନ୍ ଗଣୁଛନ୍ତି । ତଥାପି ସୁଧୁରୁନାହାନ୍ତି । ସବୁଠୁ ପରିତାପର କଥା ହେଉଛି , ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ବାବଦରେ ଜାଣି ମଧ୍ୟ ଏହାକୁ ପାଳନ କରିବାରେ ଘୋର ଅବହେଳା କରୁଛନ୍ତି ।