କନକ ବ୍ୟୁରୋ: ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକ ଇ-କେୱାଇସି କରିନାହାନ୍ତି । ଯେଉଁମାନେ ଇ-କେୱାଇସି କରି ନାହାଁନ୍ତି ସେମାନଙ୍କ ଚାଉଳ ବନ୍ଦ କରାଯାଇଛି । କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କହିଲେ, ଇ-କେୱାଇସି କଲେ ସରକାର ସେମାନଙ୍କୁ ଚାଉଳ ଦେବେ । ଯେଉଁମାନେ ଇ-କେୱାଇସି କରିନାହାଁନ୍ତି, ସେମାନଙ୍କ ପାଇଁ ୩ ମାସ ଅପେକ୍ଷା କରିବେ ସରକାର । କାର୍ଡଗୁଡ଼ିକ ସେହି ସମୟରେ ସସ୍‌ପେଣ୍ଡ ଅବସ୍ଥାରେ ରହିବ । ଯଦି ଏହି ସମୟରେ ଲୋକ ଇ-କେୱାଇସି ନକରନ୍ତି, ତେବେ କାର୍ଡ ଗୁଡ଼ିକ କାଟି ଦେବେ ସରକାର । ନେଟୱର୍କ ସମସ୍ୟା ଯେଉଁ ଜିଲ୍ଲା ମାନଙ୍କରେ ଥିଲା, ସେଠାରେ ସରକାର ନେଟୱର୍କ ବ୍ୟବସ୍ଥା କରିଛନ୍ତି । ବୁଷ୍ଟର ମଧ୍ୟ ଲଗାଯାଇଛି । ତଥାପି ଯଦି ହୋଇନାହିଁ, ସେମାନେ ଜିଲ୍ଲା କେନ୍ଦ୍ରରେ ଆସି ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଇ-କେୱାଇସି ଯେଉଁ ମାନଙ୍କର ହୋଇଯାଇଛି, ସେମାନେ ଚାଉଳ ପାଇବେ । ୫ ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ ।