କାଗଜପତ୍ରରେ କିଣାବିକା : ଏବେ ବି ମଣ୍ଡିରେ ପଡ଼ିଛି ଧାନ , ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ୍‌

ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଧାନ କିଣାବିକା ପ୍ରକ୍ରିୟା ଶେଷ ହେଉଥିବାରୁ କାଗଜ ପତ୍ରରେ ଧାନ କିଣୁଛି ପ୍ରଶାସନ ହେଲେ ବାସ୍ତବିକ ମଣ୍ଡିରେ ଏବେ ବି ହଜାର ହଜାର ବସ୍ତା ଧାନ ପଡ଼ିଥିବା ଦେଖିବାକୁ ମିଳିଛି l

dhana

dhana Photograph: (kanakNews)

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ଆଜି ସରୁଛି ଧାନ କିଣାବିକା ପ୍ରକ୍ରିୟା । କିନ୍ତୁ ବାସ୍ତବିକ ଚିତ୍ର ଭିନ୍ନ । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଧାନ କିଣାବିକା ପ୍ରକ୍ରିୟା ଶେଷ ହେଉଥିବାରୁ କାଗଜ ପତ୍ରରେ ଧାନ କିଣୁଛି ପ୍ରଶାସନ ହେଲେ ବାସ୍ତବିକ ମଣ୍ଡିରେ ଏବେ ବି ହଜାର ହଜାର ବସ୍ତା ଧାନ ପଡ଼ିଥିବା ଦେଖିବାକୁ ମିଳିଛି l ହଜାରେରୁ ଅଧିକ ଚାଷୀ ଧାନ ବିକିବାରୁ ବଂଚିତ ରହିଥିବା ବେଳେ ଦୁଇ ହଜାରରୁ ଅଧିକ ଚାଷୀଙ୍କର ମଣ୍ଡିରେ ଧାନ ବସ୍ତା ପଡ଼ିରହିଛି l ଆଗକୁ ସବୁ ଧାନ ଉଠାଇବା ସହ ଚାଷୀଙ୍କ ଟଙ୍କା ଯଦି ଶୀଘ୍ର ନମିଳେ ତାହେଲେ ଆଗକୁ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି l ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସେହି ଏକା ଅବସ୍ଥା । ମାସେରୁ ଅଧିକ ସମୟ ହେଲାଣି ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ିଛି । ଲଘୁଚାପ ବର୍ଷା ପାଇଁ ଧାନ ଭିଜି ଗଜା ହେବାକୁ ବସିଲାଣି । ଆଉ ଏହି ଧାନକୁ କିଣିବାକୁ ମନା କରିଦେଇଛନ୍ତି ମିଲର୍‌ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବାଲିଆପାଳ ବ୍ଲକ ପ୍ରତାପପୁର ସେବା ସମବାୟ ସମିତିର ୩୦ରୁ ଅଧିକ ଚାଷୀ ।

ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନରୁ ଧାନ ନେବେ ସରକାର । କିନ୍ତୁ ବାକି ଥିବା ସମସ୍ତ ଚାଷୀଙ୍କୁ ଆଖି ସ୍କାନ୍ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ‘ଅନେକ ଜାଗାରେ ଛତିଶଗଡ଼ ଧାନ ଓଡ଼ିଶାରେ ସିଜ୍‌ ହୋଇଛି । କ୍ୱିଣ୍ଟାଲ୍ ପିଛା ୩୧ ଶହ ଟଙ୍କା ଦେବାରୁ ବାହାରୁ ଧାନ ଆସୁଛି । ଚଳିତବର୍ଷ ପ୍ରାୟ ୧୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ ରବିରେ କିଣା ସରିଲାଣି । ଗତବର୍ଷ ୧୨ ଲକ୍ଷ ମେଟ୍ରିକ୍ ଟନ୍ କିଣା ହୋଇଥିଲା । ୭ ଲକ୍ଷ ମେଟ୍ରିନ ଟନ୍ ଧାନ ଅଧିକ କିଣା ହେଲାଣି । ସମସ୍ତଙ୍କର ଧାନ କିଣା ହେବ । କୌଣସି ଜଣେ ଚାଷୀର ବି ଟୋକନ୍‌ ଲାପ୍ସ ହେବ ନାହିଁ ।’ ଏପଟେ ଅବଧି ସରିଛି, ଧାନ କିଣାବିକା ହେଉନି ଏବଂ ଦିନକୁ ଦିନ ଚାଷୀଙ୍କ ଚିନ୍ତା ବଢୁଛି । ତେବେ ମନ୍ତ୍ରୀଙ୍କ ଆଶ୍ବାସନା କେତେ କାମ କରୁଛି , ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe