କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ଆଜି ସରୁଛି ଧାନ କିଣାବିକା ପ୍ରକ୍ରିୟା । କିନ୍ତୁ ବାସ୍ତବିକ ଚିତ୍ର ଭିନ୍ନ । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଧାନ କିଣାବିକା ପ୍ରକ୍ରିୟା ଶେଷ ହେଉଥିବାରୁ କାଗଜ ପତ୍ରରେ ଧାନ କିଣୁଛି ପ୍ରଶାସନ ହେଲେ ବାସ୍ତବିକ ମଣ୍ଡିରେ ଏବେ ବି ହଜାର ହଜାର ବସ୍ତା ଧାନ ପଡ଼ିଥିବା ଦେଖିବାକୁ ମିଳିଛି l ହଜାରେରୁ ଅଧିକ ଚାଷୀ ଧାନ ବିକିବାରୁ ବଂଚିତ ରହିଥିବା ବେଳେ ଦୁଇ ହଜାରରୁ ଅଧିକ ଚାଷୀଙ୍କର ମଣ୍ଡିରେ ଧାନ ବସ୍ତା ପଡ଼ିରହିଛି l ଆଗକୁ ସବୁ ଧାନ ଉଠାଇବା ସହ ଚାଷୀଙ୍କ ଟଙ୍କା ଯଦି ଶୀଘ୍ର ନମିଳେ ତାହେଲେ ଆଗକୁ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି l ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସେହି ଏକା ଅବସ୍ଥା । ମାସେରୁ ଅଧିକ ସମୟ ହେଲାଣି ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ିଛି । ଲଘୁଚାପ ବର୍ଷା ପାଇଁ ଧାନ ଭିଜି ଗଜା ହେବାକୁ ବସିଲାଣି । ଆଉ ଏହି ଧାନକୁ କିଣିବାକୁ ମନା କରିଦେଇଛନ୍ତି ମିଲର୍ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବାଲିଆପାଳ ବ୍ଲକ ପ୍ରତାପପୁର ସେବା ସମବାୟ ସମିତିର ୩୦ରୁ ଅଧିକ ଚାଷୀ ।
ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନରୁ ଧାନ ନେବେ ସରକାର । କିନ୍ତୁ ବାକି ଥିବା ସମସ୍ତ ଚାଷୀଙ୍କୁ ଆଖି ସ୍କାନ୍ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ‘ଅନେକ ଜାଗାରେ ଛତିଶଗଡ଼ ଧାନ ଓଡ଼ିଶାରେ ସିଜ୍ ହୋଇଛି । କ୍ୱିଣ୍ଟାଲ୍ ପିଛା ୩୧ ଶହ ଟଙ୍କା ଦେବାରୁ ବାହାରୁ ଧାନ ଆସୁଛି । ଚଳିତବର୍ଷ ପ୍ରାୟ ୧୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ ରବିରେ କିଣା ସରିଲାଣି । ଗତବର୍ଷ ୧୨ ଲକ୍ଷ ମେଟ୍ରିକ୍ ଟନ୍ କିଣା ହୋଇଥିଲା । ୭ ଲକ୍ଷ ମେଟ୍ରିନ ଟନ୍ ଧାନ ଅଧିକ କିଣା ହେଲାଣି । ସମସ୍ତଙ୍କର ଧାନ କିଣା ହେବ । କୌଣସି ଜଣେ ଚାଷୀର ବି ଟୋକନ୍ ଲାପ୍ସ ହେବ ନାହିଁ ।’ ଏପଟେ ଅବଧି ସରିଛି, ଧାନ କିଣାବିକା ହେଉନି ଏବଂ ଦିନକୁ ଦିନ ଚାଷୀଙ୍କ ଚିନ୍ତା ବଢୁଛି । ତେବେ ମନ୍ତ୍ରୀଙ୍କ ଆଶ୍ବାସନା କେତେ କାମ କରୁଛି , ତା’ ଉପରେ ସମସ୍ତଙ୍କ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/30/dhana-2025-06-30-20-48-11.jpg)