କନକବ୍ୟୁରୋ : କ୍ଷୟକ୍ଷତି ସର୍ଭେ କରିବାକୁ ଆସି ହଟହଟା ହେଲେ ଆର୍ଆଇ । ରାସ୍ତାରୁ ଫୋଟ ଉଠାଇ ଚାଲି ଯାଉଥିବା ବେଳେ ବାବୁଙ୍କୁ ଘେରିଲେ ଚାଷୀ । ମୋବାଇଲ ବ୍ୟାଟେରୀ ସରିଗଲା, କାଲି ଆସିବି କହି ଚାଲି ଯାଉଥିବା ବେଳେ ତାତିଲେ ଚାଷୀ । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।
ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ କଟରପା ଗ୍ରାମ ପଂଚାୟତରେ । ଆର୍ ଆଇ ବାବୁଙ୍କ ଏଭଳି ତଦନ୍ତ ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି ଚାଷୀ ମାନେ । ଆର୍ ଆଇ ପାତର ଅନ୍ତର ନୀତିରେ ଏଠାରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଚାଷୀମାନେ । ଏବେ ବି ବିଲରେ କଟା ଧାନ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/29/1FIAxbA27VTN0QTzCe3q.png)