କନକ ବ୍ୟୁରୋ : RI , ଅମିନ ପରୀକ୍ଷାରେ ଅନିୟମିତତାକୁ ନେଇ ଚିନ୍ତାରେ ସାଢେ ୫ ଲକ୍ଷ ଆଶାୟୀ । ପରୀକ୍ଷା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ପରୀକ୍ଷାର୍ଥୀଙ୍କ ନିଦ ହଜାଇ ଦେଇଛି। ଏହାକୁ ନେଇ ତେଜୁଛି ଅସନ୍ତୋଷ । ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ଏନେଇ ଆଜି ଶହ ଶହ ସଂଖ୍ୟାରେ ମେଧାବୀ ଛାତ୍ରଛାତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଚିଠି ପଠାଇବେ ।  ଷ୍ଟୁଡେଣ୍ଟସ ଏଗେନଷ୍ଟ କରପସନ୍ ନେତୃତ୍ବରେ ଶହ ଶହ ଆଶାୟୀ ନିଯୁକ୍ତି ଦୁର୍ନୀତିରେ ପୂର୍ଣ୍ଣଛେଦ ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରି ଚିଠି ପଠାଇବେ । କଟକ ଅରୁଣୋଦୟ ମାର୍କେଟ ପୋଷ୍ଟ ଅଫିସରେ ଏକାଠି ହୋଇ ରାଷ୍ଟ୍ରପତି ଭବନ ଉଦ୍ଦେଶ୍ୟରେ ଚିଠି ପଠାଇବା କାର୍ଯ୍ୟକ୍ରମ ରହିଛି।