କନକ ବ୍ୟୁରୋ : RI , ଅମିନ ପରୀକ୍ଷାରେ ଅନିୟମିତତା । ଅନ୍ଧାରରେ ସାଢେ ୫ ଲକ୍ଷ୍ୟ ଆଶାୟୀଙ୍କ ଭବିଷ୍ୟତ । ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲେ ପରୀକ୍ଷାର୍ଥୀ । ସରକାର ଶୁଣୁ ନାହାନ୍ତି, ଆଉ ଓଏସଏସଏସିର ଚେତା ପଶୁନି । ଆଉ ସବୁଆଡେ ନିରାଶ ହେବା ପରେ ଏବେ ପରୀକ୍ଷା ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଆଜି ଶହ ଶହ ସଂଖ୍ୟାରେ ମେଧାବୀ ଛାତ୍ରଛାତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଚିଠି ପଠାଇଛନ୍ତି । ଆରଆଇ ଓ ଅମିନ ପରୀକ୍ଷା ଦେଇଥିଲେ ଲକ୍ଷାଧିକ ଛାତ୍ରଛାତ୍ରୀ।  କିନ୍ତୁ ଅନିୟମିତତା ଅଭିଯୋଗ ଆସିବା ପରେ ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଏବେ ଅନ୍ଧାରରେ । ଭିତିଭୂମି ନଥିବା ସଂସ୍ଥାକୁ  ପରୀକ୍ଷା କରିବାକୁ ଦାୟିତ୍ବ ଦେଇ ଚୁପ ବସିଛି ଓ ଏସଏସଏସସି ।

Advertisment

ଆରଆଇ , ଏଆରଆଇ , ଆଇସିଡିଏସ ସୁପରଭାଇଜର ଓ ଅମିନ ପରୀକ୍ଷାର ସୁପରିଚାଳନା ନେଇ ସିଫି ଟେକନୋଲୋଜିକୁ ଦାୟିତ୍ବ ଦିଆଯାଇଥିଲା । ସଂସ୍ଥା ନାଁରେ ପ୍ରଶ୍ନପତ୍ର ଲିକ୍‌ ନେଇ ନେଇ ମାମଲା ଥିବା ବେଳେ ଏହାକୁ ବ୍ଲାକଲିଷ୍ଟ କରାଯାଇଛି । ତାସତ୍ତ୍ବେ ଓଏସଏସଏସସି  ଅଧ୍ୟକ୍ଷ ଶାଶ୍ବତ ମିଶ୍ର  କାହିଁକି ଏଭଳି ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ବ ଦେଲେ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶୁକ୍ରବାର ଦିନ ସରକାର ଏକ ପ୍ରେସ ରିଲିଜ ଜରିଆରେ ଅଭିଯୋଗଗୁଡିକୁ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ବାରା ତର୍ଜମା କରାଯାଉଛି ବୋଲି କହିଛନ୍ତି । ତାସତ୍ବେ ବି ପରୀକ୍ଷାର୍ଥୀଙ୍କ ଦ୍ବନ୍ଦ୍ୱ ଦୂର ହେଉନାହିଁ । ଭୁବନେଶ୍ବରରେ ଥିବା ଓଏସଏସଏସସି ଅଫିସରେ କୁଢ କୁଢ ଲୁଗା ଶୁଖାଯାଇଛି  । ଏଥିରୁ ଜଣାପଡୁଛି ପରୀକ୍ଷାର୍ଥୀଙ୍କ ପାଇଁ ସଂସ୍ଥା କେତେ ସମ୍ୱେଦନଶୀଳ ।