କନକବ୍ୟୁରୋ : ଆଗାମୀ ଦୁଇରୁ ୩ବର୍ଷ ମଧ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ ପୁର୍ନଗଠନ ହୋଇପାରେ ।ଅର୍ଥାତ ଜନସଂଖ୍ୟା ଆଧାରରେ ବଢ଼ିବ ଆସନ ।ଏହା ଭିତରେ ଜନସଂଖ୍ୟା କିଭଳି ଶୀଘ୍ର ବଢ଼ିବ ଓ ଅଧିକ ବଢ଼ିବ ଏନେଇ ଦକ୍ଷିଣଭାରତ ରାଜ୍ୟଗୁଡିକଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ଏହା ଭିତରେ ଚର୍ଚ୍ଚା ସାଉଁଟିଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବୟାନ । ଯେତେ ପାଖଉଛି ନିର୍ବାଚନମଣ୍ଡଳୀ ପୁର୍ନଗଠନ ପାଇଁ ସମୟ ପାଖେଇ ସେତିକି ବଢ଼ୁଛି ଦକ୍ଷିଣଭାରତ ରାଜ୍ୟମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ।
ଏହା କହିବାର ତାତ୍ପଯ୍ୟ ହେଉଛି ଆଗାମୀ ଦିନରେ ପୁର୍ନଗଠନ ହେବ ନିର୍ବଚନମଣ୍ଡଳୀ ଓ ଜନସଂଖ୍ୟା ଆଧାରରେ ସ୍ଥିର ହେବ ଲୋକସଭା ଆସନ ।ଅର୍ଥାତ ଯେଉଁ ରାଜ୍ୟରେ ଯେତିକି ଜନସଂଖ୍ୟା ସେତିକି ଅନୁପାତରେ ଲୋକସଭା ଆସନ ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଏଣିକି ରାଜ୍ୟବାସୀଙ୍କୁ ଓ ନବ ଦମ୍ପତିକୁ ଅଧିକରୁ ଅଧିକ ସନ୍ତାନ ଏବଂ ଶୀଘ୍ର ସନ୍ତାନ ଜନ୍ମ ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି ।
ଷ୍ଟାଲିନ କହିଛନ୍ତି ଷ୍ଟାଲିନଙ୍କ ବୟାନକୁ ନେଇ ବିଜେପି ଆପତି ଉଠାଇଛି । କୌଣସି ପରିସ୍ଥିତିରେ ତାମିଲନାଡୁ ଲୋକସଭା ଆସନ ସଂଖ୍ୟା କମିବ ନାହିଁ ବୋଲି ବିଜେପି ଦୃଡୋକ୍ତି ପ୍ରକାଶ କରିଛି । ମାତ୍ର ଉତରଭାରତୀୟ ରାଜ୍ୟଗୁଡିକରେ ଲୋକସଭା ଆସନ ସଂଖ୍ୟା ବଢ଼ିବା ନେଇ କୌଣସି ପ୍ରତିକ୍ରିୟା ଦେଇନି ବିଜେପି । ତେବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିରେ ନିର୍ବାଚନ ପୁର୍ନଗଠନ ପ୍ରକ୍ରିୟା ଏବେ ରାଜନୈତିକ ପ୍ରସଙ୍ଗରେ ପରିଣତ ହେଲାଣି